ନିର୍ବାଚନୀ ହିଂସା ! ସମିତି ସଭ୍ୟ ପ୍ରାର୍ଥିନୀଙ୍କ ସ୍ୱାମୀ ନିଖୋଜ ଥିବା ନେଇ ଅଭିଯୋଗ

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ତାତି ବଢ଼ୁଥିବା ବେଳେ ଏହାରି ମଧ୍ୟରେ ଆରୋପ, ପ୍ରତ୍ୟାରୋପ ଓ ଅପହରଣ ଭଳି ନିର୍ବାଚନୀ ହିଂସା ଲାଗି ରହିଛି । ସଦରବ୍ଲକ ସାଙ୍କୁଲେଇ ପଞ୍ଚାୟତରୁ ଆସିଛି ସେମିତି କିଛି ଅପହରଣ ର ଅଭିଯୋଗ । ସମିତି ସଭ୍ୟ ପ୍ରାର୍ଥିନୀଙ୍କ ସ୍ୱାମୀ ନିଖୋଜ ଥିବା ବେଳେ ତାଙ୍କୁ ଅପହରଣ କଟାଯାଇଥିବା ନେଇ ପାରିବାର ଲୋକେ ଅଭିଯୋଗ କରିଛନ୍ତି । ସମିତି ସଭ୍ୟ ପ୍ରାର୍ଥିନୀ ଭାରତୀ ରଥଙ୍କ ସ୍ୱାମୀ ନିଖୋଜ ଅଛନ୍ତି । ଗତକାଲି ରାତିରୁ ନିଖୋଜ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସାଙ୍କୁଲେଇ ରାସ୍ତାରୁ ରକ୍ତଛିଟା ଲାଗିଥିବା ସ୍କୁଟ ମିଳିଛିି । କିଛି ଲୋକ ବାଟରେ ଅଟକାଇଥିବା ଚିନ୍ମୟ ଫୋନ୍ କରି ଜଣାଇଥିଲେ । କଥା ହେବା ପରଠାରୁ ଚିନ୍ମୟଙ୍କ ମୋବାଇଲ୍ ବନ୍ଦ ଅଛି । ପରିବାର ଲୋକଙ୍କ ଏତଲା ପରେ ପୋଲିସର ତଦନ୍ତ ଜାରି ରହିଛି ।

ଭାରତୀ ରଥଙ୍କ କହିବାନୁଯାୟୀ, ଗତକାଲି ସେ ଓ ତାଙ୍କ ସ୍ୱାମୀ ଦିନସାରା ଗାଁରେ ପ୍ରଚାର କରିଥିଲେ । ରାତିରେ ପାଖ ଗାଁକୁ ଯିବାକୁ କହି ଚିନ୍ମୟ ଯାଇଛନ୍ତି ଏ ଯାଏଁ ତାଙ୍କର କୌଣସି ଖୋଜ୍ ଖବର ମିଳିପାରିନାହିଁ । ରାତି ୧୦ଟାରୁ ଚିନ୍ମୟଙ୍କ ଫୋନ ମଧ୍ୟ ସ୍ୱିଚ୍ ଅଫ୍ ରହିଛି । ଚିନ୍ମୟ ନେଇକି ଯାଇଥିବା ସ୍କୁଟି ମିଳିଛି । ସେଥିରେ ରକ୍ତ ଛିଟା ଲାଗିଥିବା ଦେଖିବାକୁ ମିଳିଛି । ତେଣୁ ପରିବାର ଲୋକଙ୍କ ସନ୍ଦେହ ଚିନ୍ମୟଙ୍କୁ ଅପହରଣ କରି ନିଆଯାଇଛି ।

Related Posts