୨୦୦୮ ଅହମ୍ମଦାବାଦ ବିସ୍ଫୋରଣ ଘଟଣା: ୪୯ ଜଣ ଦୋଷୀଙ୍କ ମଧ୍ୟରୁ ୩୮ ଜଣଙ୍କୁ ଫାଶୀ ଦଣ୍ଡ

ଗୁଜୁରାଟ ୨୦୦୮ ଅହମ୍ମଦାବାଦ ରେ ଘଟିଥିବା ବିସ୍ଫୋରଣ ଘଟଣାକୁ ନେଇ ଐତିହାସିକ ରାୟ ଶୁଣାଇଛନ୍ତି ମାନ୍ୟବର କୋର୍ଟ । ଘଟଣାରେ ସମ୍ପୃତ ଥିବା ନେଇ ସ୍ବତନ୍ତ୍ର କୋର୍ଟ ୪୯ ଜଣ ଦୋଷୀଙ୍କ ମଧ୍ୟରୁ ୩୮ ଜଣଙ୍କୁ ଫାଶୀ ଦଣ୍ଡ ଶୁଣାଇଛନ୍ତି । ଏଥିସହ ୧୧ ଜଣଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ଆଜୀବନ କାରାଦଣ୍ଡ ପାଇଁ ଆଦେଶ ଦେଇଛନ୍ତି ।

ଏହି ବିସ୍ଫରୋଣରେ ମୃତ୍ୟୁବରଣ କରିଥିବା ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ଘୋଷଣା କରିଛନ୍ତି । 2008 ମସିହାରେ ଘଟିଥିଲା ଏହି ଘଟଣା । ଯାହା ସମଗ୍ର ଦେଶବ୍ବସୀଙ୍କୁ ସ୍ତବଧ କରିଦେଇଥିଲା । ଏହି ଘଟଣାରେ 56 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 200 ରୁ ଅଧିକ ଲୋକ ଆହାତ ହୋଇଥିଲେ ।

Related Posts