ଆସନ୍ତାକାଲି ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ଭୋଟିଂ

ଆସନ୍ତାକାଲି ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନ । ୨୭ ଜିଲ୍ଲାର ୧୬୩ ଜିଲ୍ଲା ପରିଷଦ ଜୋନ୍ ଏବଂ ୧୨୫୪ ପଞ୍ଚାୟତ ହେବ ଭୋଟିଂ । ମତଦାତା ମାନେ ମତଦାନ ସାବ୍ୟସ୍ତ କରିବେ । ଏଥିପାଇଁ ପୋଲିଂ ପାର୍ଟି ବୁଥ୍ ଗୁଡିକରେ ପହଞ୍ଚି ସାରିଛନ୍ତି ।

ସେପଟେ ରାଜ୍ୟରେ ଗତ ୩ ପର୍ଯ୍ୟାୟରେ ହିଂସାକାଣ୍ଡ ଘଟିଥିଲା। ଏପରିକି ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହାରି ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ କେମିତି ହେବ। ଏବେ ସମସ୍ତଙ୍କ ପାଖରେ ସେହି ଗୋଟିଏ ପ୍ରଶ୍ନ। ପୂର୍ବ ତିନିଟି ପର୍ଯ୍ୟାୟରେ ଯାହାସବୁ ଘଟଣା ଦେଖାଦେଇଛି ସେସବୁର ପୁନରାବୃତ୍ତି ହେବନି ତ? ଯେଉଁ ଅଞ୍ଚଳରେ ହିଂସା ହେବ ବୋଲି ଆଶଙ୍କା ଥିଲା , ସୀମାନ୍ତ ମାଓ ପ୍ରବଣ ଅଞ୍ଚଳରେ ସୁରୁଖୁରରେ ଭୋଟ ପଡୁଛି କିନ୍ତୁ ଦଙ୍ଗଲ ଚାଲୁଛି ଉପକୂଳବର୍ତ୍ତୀ ଜିଲ୍ଲାରେ। ଚତୁର୍ଥ ଓ ପଞ୍ଚମ ପର୍ଯ୍ୟାୟରେ ନିର୍ବାଚନ ପରିଚାଳନା ଏବେ ପୋଲିସ ଓ ପ୍ରଶାସନ ପାଇଁ ବଡ଼ ଆହ୍ବାନ ହୋଇଛି। ସ୍ଥିତିକୁ ଦେଖି ପୋଲିସ ଡିଜି ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇଥିଲେ।

Related Posts