ରାଜସ୍ଥାନ(ସତ୍ୟପାଠ ବ୍ୟୁରୋ): ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ବେକାର ଯୁବକମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ତେବେ ବଜେଟ୍ ଉପସ୍ଥାପନ କରିବାବେଳେ ସେ କହିଛନ୍ତି ଯେ ଖୁବ୍ ଶୀଘ୍ର ଏକ ଲକ୍ଷ ନୂତନ ପଦବୀରେ ନିଯୁକ୍ତି ମିଳିବ। ସେ ଏହା ମଧ୍ୟ କହିଛନ୍ତି ଯେ ଆମେ ଏକ ଲକ୍ଷରୁ ଅଧିକ ନିଯୁକ୍ତି ଦେଇଛୁ ଏବଂ ୧.୨୫ ଲକ୍ଷ ପଦବୀ ନିଯୁକ୍ତି ପ୍ରକ୍ରିୟା ଚାଲିଛି। କେବଳ ଏତିକି ନୁହେଁ ବରଂ ଜୁଲାଇ ୨୦୨୨ ରେ ରିଟ ପରୀକ୍ଷା ଅନୁଷ୍ଠିତ ହେବ ଏବଂ ରିଟର ପୁରାତନ ଛାତ୍ରମାନଙ୍କ ଠାରୁ ଆବେଦନ ଶୁଳ୍କ ଆଦାୟ କରାଯିବ ନାହିଁ ।
ସେ ଏହା ମଧ୍ୟ କହିଛନ୍ତି ଯେ ଆମେ ରିଟ ରେ ନିଯୁକ୍ତିକୁ ୩୨ ହଜାରରୁ ୬୨ ହଜାରକୁ ବୃଦ୍ଧି କରିଛୁ ବୋଲି ଅଶୋକ ଗେହଲୋଟ କହିଛନ୍ତି । ଏହା ସହ ବଜେଟ୍ ସମୟରେ ସିଏମ୍ ଗେହଲୋଟ୍ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଯେଉଁଠି ଠକେଇକୁ ରୋକିବା ପାଇଁ ଏସଓଜିରେ ଆଣ୍ଟି-ଚିଟିଙ୍ଗ୍ ସେଲ୍ ମଧ୍ୟ ସାମିଲ ରହିଛି । ସେପଟେ ଗେହଲୋଟଙ୍କ ବଜେଟ ଉପସ୍ଥାପନା ପରେ ସାରା ଦେଶରେ ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି । ବିରୋଧୀ ଗେହଲୋଟଙ୍କ ଘୋଷଣାକୁ ନେଇ ସମାଲୋଚନା କରୁଥିବାର ମଧ୍ୟ ଦେଖିବାକୁ ମିଳିଛି ।





