ମୋ ପାଖରେ ଅଧିକାର ଥିଲେ ବଳାତ୍କାରୀ ଓ ଗ୍ୟାଙ୍ଗଷ୍ଟରମାନଙ୍କୁ ସର୍ବସାଧାରଣରେ ପରେଡ୍ କରାନ୍ତି: ଅଶୋକ ଗେହଲଟ

ଭୁବନେଶ୍ୱର,୬/୧(ସତ୍ୟପାଠ ବ୍ୟୁରୋ): ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କହିଛନ୍ତି ଯେ, ଯଦି ଅପରାଧୀଙ୍କୁ ଦଣ୍ଡଦେବାର ଅଧିକାର ତାଙ୍କ ହାତରେ ଥାନ୍ତା ତେବେ ସେ ବଳାତ୍କାରୀ ଏବଂ ଗ୍ୟାଙ୍ଗଷ୍ଟରଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରନ୍ତେ। ଗୁରୁବାର ଉଦୟପୁର ଗସ୍ତ ସମୟରେ ଗେହଲେଟ୍ ସାମ୍ବାଦିକମାନଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ସେ କହିଛନ୍ତି ଯେ, ଯଦି ଆବଶ୍ୟକ ହୁଏ ତେବେ ରାଜ୍ୟରେ ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) ଦ୍ୱାରା ଧରାପଡ଼ୁଥିବା ଲାଞ୍ଚଖୋରମାନଙ୍କର ପରିଚୟ ପ୍ରଘଟ କରାଗଲେ ଏହା ଏକ ଭଲ ଉଦାହଣ ସୃଷ୍ଟି କରିବ।

ସେ କହିଛନ୍ତି ଯେ, ଯଦି ସବୁ କିଛି ମୋ ନିୟନ୍ତ୍ରଣରେ ଥାନ୍ତା ତେବେ ମୁଁ ବଳାତ୍କାରୀ ଏବଂ ଗ୍ୟାଙ୍ଗଷ୍ଟରମାନଙ୍କ ଚୁଟି କାଟି ସେମାନଙ୍କୁ ସର୍ବସାଧାରଣରେ ପରେଡ୍ କରାନ୍ତି। କିନ୍ତୁ ଏହା ହୋଇପାରିବ ନାହିଁ। ଗେହଲଟ୍ କହିଛନ୍ତି ଯେ, ସର୍ବୋଚ୍ଚ ନ୍ୟାୟାଳୟ ଅଭିଯୁକ୍ତଙ୍କ ହାତରେ ହାତକଡ଼ି ଲଗାଇବାକୁ ପ୍ରତିବନ୍ଧକ ଳଗାଇଛନ୍ତି। କାରଣ ଜଣେ ବ୍ୟକ୍ତିଙ୍କୁ ଏହା ଦୋଷୀ ଅନୁଭବ କରିପାରେ। ପୁଲିସ ଏବେ ହାତ ଧରି ଏକ ଅପରାଧିକ ମାମଲାରେ ଅଭିଯୁକ୍ତ ବ୍ୟକ୍ତିଙ୍କୁ ଗିରଫ କରୁଛି। ସେ କହିଛନ୍ତି ନ୍ୟାୟପାଳିକାକୁ ସମ୍ମାନ କରିବା ସମସ୍ତଙ୍କ କର୍ତ୍ତବ୍ୟ। ସେ କହିଛନ୍ତି, ନ୍ୟାୟପାଳିକା ତାଙ୍କ କାର୍ଯ୍ୟ କରୁଛନ୍ତି , ଆମେ ଆମର କାର୍ଯ୍ୟ କରୁଛୁ। ନ୍ୟାୟପାଳିକାକୁ ସମ୍ମାନ କରିବା ଆମର କର୍ତ୍ତବ୍ୟ।

ବୁଧବାର ଅଫିସିଆଲ୍ ଡିଜି ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି)ଜାରି କରିଥିବା ବିଜ୍ଞପ୍ତିକୁ ନେଇ ଗେହଲଟ ଉତ୍ତର ରଖିଛନ୍ତି। ସେ କହିଛନ୍ତି ଯେ, ରାଜସ୍ଥାନ ସରକାରଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ। ଦୁର୍ନୀତି ବିରୋଧରେ ଜିରୋ ଟଲେରେନ୍ସ । ବୁଧବାର ରାଜସ୍ଥାନର ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେଥିରେ କୋର୍ଟରେ ଦୁର୍ନୀତିଖୋର ଅଧିକାରୀ ଦୋଷୀ ସାବ୍ୟସ୍ତ ନହେବା ପର୍ଯ୍ୟନ୍ତ ସେମାନଙ୍କ ପରିଚୟ ପ୍ରଘଟ ଉପରେ ବାରଣ କରାଯାଇଛି।

Related Posts