ଋଷ-ୟୁକ୍ରେନ ଯୁଦ୍ଧ ଚାଲିଥିବା ବେଳେ ପୂରା ବିଶ୍ୱରେ ଏବେ ଭୟର ବାତାବରଣ ଖେଳିଯାଇଛି । ସେପଟେ ଅନେକ ଭାରତୀୟ ଏବେ ବି ୟୁକ୍ରେନ ରେ ଫସି ରହିଛନ୍ତି | ସେମାନଙ୍କ ମଧ୍ୟରେ ଅନେକ ଓଡ଼ିଆ ମଧ୍ୟ ରହିଛନ୍ତି | ତେବେ ଫସି ରହିଥିବା ଓଡ଼ିଆଙ୍କୁ ଫେରିଆଣିବା ପାଇଁ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଫୋନରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୟୁକ୍ରେନରେ ଫଶି ରହିଥିବା ଓଡ଼ିଆଙ୍କୁ ଉଦ୍ଧାର ପାଇଁ ଶାହାଙ୍କ ସହ କଥା ହୋଇଛନ୍ତି ନବୀନ । କାରଣ ୟୁକ୍ରେନରେ ଅନେକ ଦେଶର ନାଗରିକ ରହିଛନ୍ତି । ଯେଉଁମାନଙ୍କୁ ଏଯାବତ ଉଦ୍ଧାର କରାଯାଇନାହିଁ । ଏସବୁ ଭିତରେ ୟୁକ୍ରେନରେ ଅନେକ ଭାରତୀୟ ମଧ୍ୟ ରହିଛନ୍ତି । ଯେଉଁମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ସହ ଦୂତାବାସ ସହ ଯୋଗାଯୋଗରେ ରହିବାକୁ କୁହାଯାଇଛି । ୟୁକ୍ରେନରେ ଫଶି ରହିଥିବା ଭାରତୀୟଙ୍କ ମଧ୍ୟରୁ ଅନେକ ଓଡ଼ିଆ ଛାତ୍ରଛାତ୍ରୀ ଓ ଶ୍ରମିକ ରହିଛନ୍ତି । ତେଣୁ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ଆଲୋଚନା ସମୟରେ କ୍ରେନ୍ଦ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ୟୁକ୍ରେନ ସରକାରଙ୍କ ସହ ଭାରତ ସରକାର ଯୋଗାଯୋଗରେ ରହିଛନ୍ତି । ଯଥାଶୀଘ୍ର ସମସ୍ତ ଛାତ୍ରଛାତ୍ରୀ ଓ ଶ୍ରମିକଙ୍କୁ ଉଦ୍ଧାର କରାଯିବାକୁ ପ୍ରୟାସ ଚାଲିଛି ।

ସୂଚନାଯୋଗ୍ୟ, ଏହାପୂର୍ବରୁ ୟୁକ୍ରେନରେ ଫଶିଥିବା ଭାରତୀୟଙ୍କ ପାଇଁ ସରକାରଙ୍କ ପକ୍ଷରୁ ପୂର୍ବରୁ ଆଡଭାଇଜରି ଜାରି କରାଯାଇଥିଲା | ଏପରିକି ଏୟାର ଇଣ୍ଡିଆ ବିମାନ ପଠାଇ କିଛି ଭାରତୀୟଙ୍କୁ ଉଦ୍ଧାର ମଧ୍ୟ କରାଯାଇଥିଲା । ତେବେ ଋଷର ଘନ ଘନ ଆକ୍ରମଣ ଫଳରେ ବିମାନ ଅବତରଣ ନ କରିପାରିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଏହାସତ୍ତେ୍ୱ ମଧ୍ୟ ଭାରତୀୟଙ୍କୁ ଉଦ୍ଧାର ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଉଥିବା କୁହାଯାଉଛି | ଗତକାଲି ପ୍ରଧନମନ୍ତ୍ରୀ ମଧ୍ୟ ଭାରତୀୟ ଙ୍କୁ ନିଜ ଦେଶକୁ ଫେରାଇଆଣିବା ଉପରେ ଗୁରୁତ୍ୱାରୋପ କରିଥିଲେ |