ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଲଢେଇ | ପରସ୍ପର ପରସ୍ପର ଉପରକୁ ଆକ୍ରମଣ କରିବାରେ ଲାଗିଛନ୍ତି | ଏହାରି ମଧ୍ୟରେ ଆଟଲାଣ୍ଟିକ ସଂଘୀ ସଂଗଠନ ‘ନାଟୋ’ ଋଷ ବିରୋଧରେ ଆକ୍ସନ ମୋଡକୁ ଆସିଛି | ନାଟୋର ୩୦ ଜଣିଆ ନେତା ଏକ ସଂଯୁକ୍ତ ବୟାନରେ କହିଛନ୍ତି କି ଋଷ ସେପଟେ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ତ ଏପଟେ ପୂର୍ବ ୟୁରୋପରେ ଅଧିକରୁ ଅଧିକ ସୈନିକ ନିୟୋଜିତ କରିବାରେ ଲାଗିଛି । ଏଭଳି କରି ଋଷ ବିଶ୍ୱକୁ ମୁର୍ଖ ବନାଇବାକୁ ଚେଷ୍ଟା କରୁଥିବା କଥା ସେମାନେ ବୟାନରେ କହିଛନ୍ତି ।

ନାଟୋର କହିବା ମୁତାବକ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ୟୁକ୍ରେନ ଉପରେ ଆକ୍ରମଣ କରିବା ନିଷ୍ପତ୍ତି ଏକ ଭୟାନକ ରଣନୀତିକ ଭୂଲ ଅଟେ । ଏନେଇ ଆଗାମୀ ସମୟରେ ଋଷକୁ ଆର୍ଥିକ ଓ ରାଜନୈତିକ ଭାବେ ବହୁ ଦାମ ଦେବାକୁ ପଡିବ । ନାଟୋ ମହାସଚିବ ଜେମ୍ସ ଷ୍ଟେଲଟେନବର୍ଗ କହିଛନ୍ତି କି ୟୁରୋପୀୟ ଦେଶରେ ଋଷ ଶାନ୍ତିଭଙ୍ଗ କରିଛି । ଏହାସହ ନାଟୋ ତରଫରୁ ରାପିଡ ରିଆକ୍ସନ ଫୋର୍ସକୁ ପୂର୍ବ ୟୁରୋପର ସ୍ଥଳ, ଜଳ ଓ ଆକାଶ ସୀମାରେ ନିଯୁକ୍ତ କରିବାରେ ଲାଗିଛି । ନାଟୋର ମହାସଚିବ ଆହୁରି କହିଛନ୍ତି କି ସୁରକ୍ଷା ଦୃଷ୍ଟିରୁ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରାଯାଇଛି । ଆମେରିକା, କାନାଡା ଓ ୟୁରୋପୀୟ ଦେଶରେ ହଜାର ହଜାର ସୈନିକ ନିଯୁକ୍ତ କରାଯାଇଛି ।

ସୂଚନାଯୋଗ୍ୟ, ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ନେଇ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଏକ ପ୍ରସ୍ତାବ ପାରିତ ହୋଇଛି । ଏହି ପ୍ରସ୍ତାବ ଉପରେ ୧୧ ଟି ଦେଶ ସମର୍ଥନ ଜଣାଇ ଭୋଟ ଦେଇଛନ୍ତି । ଏହି କ୍ରମରେ ଭାରତ ସଂଯୁକ୍ତ ସୁରକ୍ଷା ପରିଷଦର ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ ବି ଭୋଟରୁ ବିରତ ରହିଛି ।