
ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ରୁଷ କୁ ଭାରି ପଡିବ | ବିଶ୍ୱର ଅନେକ ଦେଶ ଏବେ ମସ୍କୋ ଉପରେ ବିଭିନ୍ନ ପ୍ରତିବନ୍ଧକ ଲଗାଇବା ଆରମ୍ଭ କରିଦେଇଛନ୍ତି | ଆମେରିକା ଓ ବ୍ରିଟେନ ସହ ଏହି ସମୟରେ ୟୁରୋପୀୟ ୟୁନିୟନ, ଜାପାନ, ଅଷ୍ଟ୍ରେଲିଆ, ଓ ତାଇୱାନ ଭଳି ଦେଶ ଋଷ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହାସହ ବିଶ୍ୱର ଆଉକିଛି ଦେଶ ମଧ୍ୟ ମସ୍କୋ ଉପରେ କଡା କଟକଣା ଲଗାଇବାକୁ ଚିନ୍ତା କରୁଛନ୍ତି ।
ତେବେ ଆସନ୍ତୁ ଜାଣିବା କୋଉ ଦେଶ କଣ ସବୁ ପ୍ରତିବନ୍ଧକ ଲଗାଇଛନ୍ତି,
ଆମେରିକା : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଶୁକ୍ରବାର ଦିନ ଋଷ ଉପରେ ପ୍ରତିବନ୍ଧକର ପରିସରକୁ ବୃଦ୍ଧି କରିଛି । ଆମେରିକା ତରଫରୁ ଋଷ ରାଷ୍ଟ୍ରପତି ଭ୍ଲାଦିମର ପୁତିନ ଓ ବିଦେଶ ମନ୍ତ୍ରୀ ସଂଗେଇ ଲାବୋରିଆଙ୍କ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛି । ପୁତିନ ଯେତେବେଳେ ୟୁକ୍ରେନରେ ସୈନ୍ୟ ଅଭିଯାନ ଆରମ୍ଭ କରିବାକୁ ଘୋଷଣା କଲା ଠିକ ସେତେବେଳେ ବାଇଡେନ ଋଷ ବିରୋଧରେ ଏଭଳି ପ୍ରତିବନ୍ଧକ ଘୋଷଣା କରିଥିଲେ । ବିଶ୍ୱର ପ୍ରଥମ ଦେଶ ଭାବେ ଆମେରିକା ଋଷ ଉପରେ ଏଭଳି ପ୍ରତିବନ୍ଧକ ଲଗାଇଛି । କେବଳ ସେତିକି ନୁହେଁ ଆମେରିକା ତରଫରୁ ୪ ଟି ଋଷୀୟ ବ୍ୟାଙ୍କ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛି । ଏହାସହ ପ୍ରାଦ୍ୟୋଗିକ ପର୍ଯ୍ୟନ୍ତ ଋଷ କିଭଳି ନପହଂଚି ପାରିବ ସେନେଇ ଆମେରିକା ତରଫରୁ ଋଷ ସାଂସଦଙ୍କ ଆମେରିକା ଗସ୍ତ ଉପରେ ପ୍ରତିବନ୍ଧକ ଲଗାଇଛି ।
ୟୁରୋପୀୟ ୟୁନିୟନ : କେବଳ ଆମେରିକା ନୁହେଁ ୟୁରୋପୀୟ ୟୁନିୟନ ବି ଶୁକ୍ରବାର ଦିନ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଓ ବିଦେଶ ମନ୍ତ୍ରୀ ସଂଗେଇ ଲାବୋରିଆଙ୍କ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛି । ଋଷ ଉପରେ ବ୍ୟାପକ ପ୍ରତିବନ୍ଧକ ପ୍ୟାକେଜକୁ ମଞ୍ଜୁରୀ ଦେବାକୁ ବୃସେଲ୍ସରେ ଆୟୋଜିତ ୟୁରୋପୀୟ ସଂଘର ବିଦେଶମନ୍ତ୍ରୀ ମାନଙ୍କ ବୈଠକରେ ଏହି ପଦକ୍ଷେପ ଉପରେ ସହମତି ବ୍ୟକ୍ତ କରାଯାଇଛି ।
ୟୁଇ : ୟୁଇ ନେତାଙ୍କ ଦ୍ୱାରା ରାତାରାତି ଶିଖର ସମ୍ମିଳନୀ କରାଯାଇ ଋଷ ଉପରେ ପ୍ରତିବନ୍ଧକକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି କ୍ରମରେ ଋଷକୁ ଆର୍ଥିକ, ଶକ୍ତି ଓ ପରିବହନ କ୍ଷେତ୍ରରେ ପ୍ରତିବନ୍ଧକ ଲଗାଯାଇଛି । ଏହାସହ ୟୁରୋପୀୟ ୟୁନିୟନ ତରଫରୁ ଋଷ ବ୍ୟାଙ୍କଗୁଡିକରେ ଭାରିମାତ୍ରାରେ ନଗଦ ନୋଟ ରଖିବା ଉପରେ ଅଙ୍କୁଶ ଲଗାଯାଇଛି । କେବଳ ସେତିକି ନୁହେଁ ୟୁରୋପୀୟ ୟୁନିୟନର ୨୭ ଟି ଦେଶକୁ ଋଷ ନାଗରିକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି ।
ବ୍ରିଟେନ : ବ୍ରିଟେନ ସରକାର ବି ଋଷ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ବ୍ରିଟେନ ସରକାର ଋଷର ରାଷ୍ଟ୍ରପତି ଓ ବିଦେଶ ମନ୍ତ୍ରୀଙ୍କ ଗସ୍ତ ଉପରେ ପ୍ରତିବନ୍ଧକ ଲଗାଇବା ସହ ନିଜ ବିମାନ ବନ୍ଦରରେ ଋଷ ବିମାନ ଅବତରଣ କରିବା ଉପରେ ବି ପ୍ରତିବନ୍ଧକ ଲଗାଇଛି । ସେପଟେ ବ୍ରିଟେନ ତରଫରୁ ନିଜ ଦେଶର ବ୍ୟାଙ୍କରେ ଋଷ ରାଷ୍ଟ୍ରପତି ଓ ବିଦେଶମନ୍ତ୍ରୀଙ୍କ ଥିବା ଆକାଉଣ୍ଟ ଫ୍ରିିଜ କରିବାକୁ ନିର୍ଦ୍ଦେଶ ଦେବା ସହ ଅସ୍ତ୍ର ନିର୍ମାତା କମ୍ପାନୀ ରୋଷ୍ଟେକର ସମ୍ପତ୍ତିକୁ ଫ୍ରିଜ କରିବାକୁ ନିର୍ଦ୍ଦେଶ ଦେଇଛି ।