ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଫୁଟିଲା ପଦ୍ମ

ରାଜ୍ୟରେ ପଂଚାୟତ ନିର୍ବାଚନ ଲାଗି ଭୋଟ ଗଣତି ଚାଲିଥିବା ବେଳେ, ବିଜେଡି ନୂଆ ରେକର୍ଡ ସୃଷ୍ଟି କରିଛି | ବିରୋଧୀଙ୍କୁ ପଛରେ ପକାଇ ମାଡି ମାଡି ଚାଲିଛି ବିଜେଡି | କିନ୍ତୁ ନିଜ ନିର୍ବାଚନୀ ମଣ୍ଡଳୀରେ ବିଜେଡ଼ିକୁ ଧକା ଲାଗିଛି | ବିଜେପୁର ବ୍ଲକରେ ବିଜେଡିକୁ ମାତ ଦେଇ ସିଟ ହାତେଇଲା ବିଜେପି । ପଞ୍ଚାୟତ ନିର୍ବାଚନ ଦ୍ବିତୀୟ ପର୍ଯ୍ୟାୟର ଭୋଟ ଗଣନା ପରେ ଏହି ଫଳାଫଳ ପ୍ରକାଶ ପାଇଛି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ବିଜେପି ବାଜିମାତ କରିଛି । ବିଜେପୁର ବ୍ଲକରେ ବିଜେଡିକୁ ମାତ ଦେଇ ସିଟ ହାତେଇଛି ବିଜେପି । ପଞ୍ଚାୟତ ନିର୍ବାଚନ ଦ୍ବିତୀୟ ପର୍ଯ୍ୟାୟର ଭୋଟ ଗଣନା ପରେ ଏହି ଫଳାଫଳ ପ୍ରକାଶ ପାଇଛି ।

ଭୋଟ ଗଣତିରେ ଜିଲ୍ଲାର 11 ଗୋଟି ବ୍ଲକର ଜୋନ 2 ପାଇଁ ହୋଇଥିଲା ଭୋଟ ଗଣନା । ବିଜେଡି ୮ଟି ଜୋନରେ ବିଜୟୀ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଗଡ଼ କୁହାଯାଉଥିବା ବିଜେପୁର ବ୍ଲକରେ ପରାସ୍ତ ହୋଇଛି । ତେବେ BJP ଦଳ ମାତ୍ର 3 ଗୋଟି ଜୋନରେ ନିଜର ସ୍ଥିତି ବଜାୟ ରଖିଛି ।

ସୂଚନା ଅନୁଯାୟୀ ଜିଲ୍ଲାର 12 ଗୋଟି ବ୍ଲକରେ ଦୁଇଦିନର ଭୋଟ ଗଣନାରେ ମୋଟ 23 ଗୋଟି ଜୋନର ଫଳାଫଳ ଆସିଥିବା ବେଳେ ସେଥିମଧ୍ୟରୁ BJD 18 ଗୋଟି ଜୋନ ଅକ୍ତିଆର କରିଥିବାବେଳେ BJP ଦଳ ମାତ୍ର 5 ଗୋଟି ଜୋନ ହାତକୁ ଆଣିବାରେ ସଫଳ ହୋଇଛି ।

Related Posts