ଗଜପତି ଜିଲ୍ଲାର ୫ଟି ଜିଲ୍ଲା ପରିଷଦ ଜୋନରେ ବାଜି ମାରିଲା ବିଜେଡି; ସେପଟେ ଗୋଟିଏ ଆସନ ଜିତିଛି ବିଜେପି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା ଚାଲିଛି । ଏଥର ଶାସକ ଦଳ ବିରୋଧୀଙ୍କୁ ମାତ ଦେଇ ଆଗେଇ ଚାଲୁଛି । ସେପଟେ ଗତକାଲି ଗଜପତି ଜିଲ୍ଲାରେ ଦ୍ଵିତୀୟ ପର‌୍ୟ୍ୟାୟ ପଞ୍ଚାୟତ ନିର୍ବାଚନର ଭୋଟଗଣତି ଜିଲ୍ଲା ପରିଷଦର ୬ଟି ଜୋନକୁ ନେଇ ହୋଇଥିଲା। ଏଥିରେ ବିଜେଡି ୫ଟି ଜୋନରେ ଜିତିଥିବା ବେଳେ ଗୋଟିଏ ଆସନରେ ବିଜେପି ଜିତିଥିବାର ଦେଖିବାକୁ ମିଳିଛି । ତେବେ ଭୋଟ ଗଣତିର ଦ୍ୱିତୀୟ ପର୍ଯ୍ୟାୟରେ ଗଜପତି ଜିଲ୍ଲାର କାଶୀନଗର ବ୍ଲକର ୨ ନମ୍ବର ଜୋନରେ ବିଜେଡି ୧୮୫୬ ଭୋଟରେ ବିଜୟୀ ହୋଇଛି । ଯେଉଁଠି ବିଜେପିର ଏନ କୋଟେଶ୍ୱର ରାଓ ୮୪୪୩ ଭୋଟ ପାଇଥିବାବେଳେ ବିଜେଡିରୁ ଜି ତିରୁପତି ରାଓ ୧୦୨୯୯ ଟି ଭୋଟ ଓ କଂଗ୍ରେସ ପ୍ରାର୍ଥୀ ଗାସିନି ଗମାଙ୍ଗ ୪୭୮ ଟି ଭୋଟ ପାଇଛନ୍ତି । ସେହିପରି ଗୁମ୍ମା ବ୍ଲକର ୪ ନମ୍ବର ଜୋନରେ ବିଜେଡି ୨୮୧୦ ଭୋଟରେ ବିଜୟୀ ହୋଇଛି । ଯେଉଁଠି ବିଜେପି ବାସନ୍ତୀ ଶବର ୨୧୨୨ଟି ଭୋଟ ପାଇଥିବାବେଳେ ବିଜେଡିରୁ ସନ୍ଧ୍ୟା ଶବର ୧୨୫୫୬ଟି ଭୋଟ କଂଗ୍ରେସ ଗୀତାଞ୍ଜଳୀ ଭୂୟାଁ ୯୭୪୬ଟି ଭୋଟ ପାଇଛନ୍ତି । ଗୋଷାଣୀ ବ୍ଲକର ୭ ନମ୍ବର ଜୋନରେ ବିଜେଡି ୩୧୨୨ ଭୋଟରେ ବିଜୟୀ ହୋଇଛନ୍ତି ।

ଯେଉଁଠି ବିଜେପିରୁ ଜେ ଭାରତୀ ଆମା ୯୩୩୮ଟି ଭୋଟ ପାଇଥିବାବେଳେ ବିଜେଡିର ପି ଲୀଳାବତୀ ୧୨୪୭୦ଟି ଭୋଟ ଓ କଂଗ୍ରେସ ପ୍ରାର୍ଥୀ କାଳନ୍ଦୀ ମିଶାଲ ୭୩୭ଟି ଭୋଟ ପାଇଛନ୍ତି । ସେହିପରି ମୋହନା ବ୍ଲକର ୯ ନମ୍ବର ଜୋନରେ ବିଜେଡି ୪୪୦୨ ଭୋଟରେ ବିଜୟୀ ହୋଇଛି । ଯେଉଁଠି ବିପେିରୁ ସସ୍ମିତା ମଳିକ ୫୦୦୧ଟି ଭୋଟ ପାଇଥିବାବେଳେ ବିଜେଡିରୁ ଚନ୍ଦ୍ର ମଳିକ ୧୦୪୨୫ଟି ଭୋଟ ଓ କଂଗ୍ରେସର ରାଜୀବ ମଳିକ ୬୦୨୩ଟି ଭୋଟ ପାଇଥିଲେ । ଉଦୟଗିରି ବ୍ଲକର ୧୨ ନମ୍ବର ଜୋନରେ ବିଜେପି ୧୩୯ଟି ଭୋଟରେ ବିଜୟୀ ହୋଇଛି । ଯେଉଁଠି ବିଜେପିର ଦଣ୍ଡପାଣି ବଡ଼ମୁଣ୍ଡି ୫୦୮୭ଟି ଭୋଟ ପାଇଥିବାବେଳେ ବିଜେଡିର ଯୁଧିଷ୍ଠିର ବଡ଼ମୁଣ୍ଡି ୪୯୪୮ ଓ କଂଗ୍ରେସର କୁଞ୍ଜବିହାରୀ ପ୍ରଧାନ ୩୮୫୬ଟି ଭୋଟ ପାଇଛନ୍ତି । ସେହିପରି ରାୟଗଡ଼ ବ୍ଲକର ୧୪ ନମ୍ବର ଜୋନରେ ବିଜେଡି ୬୭୬ ଭୋଟରେ ବିଜୟୀ ହୋଇଛି । ଯେଉଁଠି ବିଜେପିର ସୁକାନ୍ତି ବିଷୋୟୀ ୮୩୭୧ଟି ଭୋଟ ପାଇଥିବାବେଳେ ବିଜେଡିରୁ ପିତାମ୍ବର ନାୟକ ୯୦୪୭ଟି ଭୋଟ ଓ କଂଗ୍ରେସ ପ୍ରାର୍ଥୀ ସୁପ୍ରିୟା ପଡ଼ିଆମି ୩୬୮୧ଟି ଭୋଟ ପାଇଛନ୍ତି ।

Related Posts