ଭାରତପେ ରୁ ଇସ୍ତଫା ଦେଲେ ଆଶନୀର ଗ୍ରୋବର। ଫିନଟେକ୍ ୟୁନିକର୍ଣ୍ଣ ଭାରତପେ ର ସହ-ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଭାବରେ କର୍ଯ୍ୟକରୁଥିବା ଆଶନୀର ଗ୍ରୋବର କମ୍ପାନୀ ବୋର୍ଡ ପଦରୁ ଇସ୍ତଫା ଦେଇଛନ୍ତି ।
ଏନେଇ ବିଜନେସ୍ ଷ୍ଟାଣ୍ଡାର୍ଡରେ ପ୍ରକାଶିତ ହୋଇଛି ଏହି ଖବର । ଆଶନୀର ଗ୍ରୋବରଙ୍କୁ ବଡା ଝଟକା ଦେଇ ସିଙ୍ଗାପୁରରେ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିବାକୁ ଫିଣ୍ଟେକ୍ ପ୍ଲାଟଫର୍ମ ମାମଲା ରୁଜୁ କରିଛି । ଆଉ ଦାଏର ହୋଇଥିବା ଏହି ମାମଲା ପାଇଁ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିପାରେ ।
ସେପଟେ ତାଙ୍କ ଉପରେ ଲାଗିଥିବା ଏହି ଅଭିଯୋଗ କୁ ଖଣ୍ଡନ କରିଛନ୍ତି । ସେ ପ୍ରତିକ୍ରିୟାରେ ଗ୍ରୋବର କହିଛନ୍ତି ମୁଁ ଗଭୀର ଭାବେ ଦୁଃଖିତ ଯେ, ଆଜି ମୁଁ ଯେଉଁ କମ୍ପାନୀର ପ୍ରତିଷ୍ଠାତା, ବାଧ୍ୟ ହୋଇ କମ୍ପାନୀରୁ ବିଦାୟ ନେବାକୁ ପଡୁଛି । ମୁଁ ଗର୍ବର ସହ କହିଛି ଯେ, ଆଜି ଏହି କମ୍ପାନୀ ଫିଣ୍ଟେକ୍ ଦୁନିଆର ସର୍ବୋତ୍ତମ । ୨୦୨୨ ଆରମ୍ଭରୁ, କିଛି ଲୋକ ମୋ ଏବଂ ମୋ ପରିବାର ବିରୁଦ୍ଧରେ ଭିତ୍ତିହୀନ ଅଭିଯୋଗ ଆଣିଛନ୍ତି । ଯେଉଁମାନେ କେବଳ ମୋର ଏବଂ ମୋର ପ୍ରତିଷ୍ଠା ନୁହେଁ, କମ୍ପାନୀର ପ୍ରତିଷ୍ଠା ପାଇଁ ମଧ୍ୟ କ୍ଷତି କରିବାକୁ ପ୍ରସ୍ତୁତ । ସୂତ୍ରରୁ ପ୍ରକାଶ ଯେ ଗ୍ରୋବରଙ୍କୁ ସିଙ୍ଗାପୁର ଆନ୍ତର୍ଜାତୀୟ ଆର୍ବିଟ୍ରେସନ୍ ସେଣ୍ଟର (SIAC) ରୁ କୌଣସି ଆଶ୍ୱସ୍ତି ମିଳିନାହିଁ।
ଭାରତପେ ରେ ଶୀର୍ଷ ମ୍ୟାନେଜମେଣ୍ଟର ସୁପାରିଶ କ୍ରମେ କାର୍ଯ୍ୟ ସମୀକ୍ଷାକୁ ବନ୍ଦ କରିବା ପାଇଁ କୌଣସି ଭିତ୍ତିଭୂମି ନାହିଁ ବୋଲି ଆର୍ବିଟ୍ରେସନ୍ ସେଣ୍ଟର କହିଛି । ତାଙ୍କ ବିରୋଧରେ ଚାଲିଥିବା ତଦନ୍ତ ବେଆଇନ ବୋଲି ଗ୍ରୋଭର, SIAC ରେ ଦାଖଲ କରିଥିବା ଆବେଦନ ଉପରେ କମ୍ପାନୀର କାର୍ଯ୍ୟର ସମୀକ୍ଷାକୁ ବନ୍ଦ କରିବାକୁ ଚେଷ୍ଟା କରିଛି ।
