ମେ’ ୨୭ରେ ଥିଏଟରକୁ ଆସିବ ବଲିଉଡ ନାୟିକା କଙ୍ଗନା ରଣାୱତଙ୍କ ଅଭିନୀତ ଫିଲ୍ମ୍ ‘ଧାକଡ଼’

ମେ’ ୨୭ରେ ରିଲିଜ୍ ହେବ ବଲିଉଡ ନାୟିକା କଙ୍ଗନା ରଣାୱତଙ୍କ ଅଭିନୀତ ଫିଲ୍ମ୍ ‘ଧାକଡ଼’। କଙ୍ଗନା ଏନେଇ ନିଜ ଫିଲ୍ମର ନୂଆ ରିଲିଜ ଡେଟ୍ ସମ୍ପର୍କରେ ସୂଚନା ଦେଇଛନ୍ତି । କଙ୍ଗନା ଫିଲ୍ମର ନୂଆ ପୋଷ୍ଟର ମଧ୍ୟ ସେୟାର କରି କହିଛନ୍ତି ‘ଧାକଡ଼’ ମେ’ ୨୭ରେ ଥିଏଟରରେ ରିଲିଜ୍ ହେବ । କେବଳ ଏତିକି ନୁହେଁ ଏହା ହିନ୍ଦି, ତାମିଲ, ତେଲଗୁ ଓ ମାଲୟାଲମ ଭାଷାରେ ରିଲିଜ୍ ହେବ ।

ତେବେ ବଲିଉଡ଼ ର ଏହି ନାୟିକା ଅନେକ ସମୟରେ ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । କାହାକୁ ଖାତିର ନ କରି ସର୍ବସମ୍ମୁଖରେ ନିଜ ବୟାନ ରଖନ୍ତି କଙ୍ଗନା । ଯାହାକୁ ନେଇ ଅନେକ ସମୟରେ ଫିଲ୍ମ୍ ଜଗତ ହେଉ ଅବା ରାଜନୀତି ଜଗତ ସବୁ ମାହୋଲ୍ କୁ ସେ ଗରମ କରିଦିଅନ୍ତି । ଏବେ ତାଙ୍କ ଅଭିନୀତ ଫିଲ୍ମ ଧାକଡ଼କୁ ନେଇ ଆଲୋଚନା ଜୋର ଧରିଛି । ପୂର୍ବରୁ ଶୁଣିବାକୁ ମିଳିଥିଲା କି ‘ଧାକଡ଼’ ଚଳିତ ବର୍ଷ ଏପ୍ରିଲରେ ରିଲିଜ୍ ହେବ । ହେଲେ ଏବେ ଏହାର ନୂଆ ରିଲିଜ ଡେଟ ସାମ୍ନାକୁ ଆସିଛି ।

ଏହାକୁ କଙ୍ଗନା ନିଜେ ତାଙ୍କ ଫିଲ୍ମର ନୂଆ ରିଲିଜ ଡେଟ୍ ସମ୍ପର୍କରେ ସୂଚନା ଦେଇଛନ୍ତି । କଙ୍ଗନା ଫିଲ୍ମର ନୂଆ ପୋଷ୍ଟର ମଧ୍ୟ ସେୟାର କରି କହିଛନ୍ତି ‘ଧାକଡ଼’ ମେ’ ୨୭ରେ ଥିଏଟରରେ ରିଲିଜ୍ ହେବ । କେବଳ ଏତିକି ନୁହେଁ ଏହା ହିନ୍ଦି, ତାମିଲ, ତେଲଗୁ ଓ ମାଲୟାଲମ ଭାଷାରେ ରିଲିଜ୍ ହେବ । ଏଥିରେ କଙ୍ଗନାଙ୍କ ବ୍ୟତୀତ ଅର୍ଜୁନ ରାମପାଲ, ଦିବ୍ୟା ଦତ୍ତା ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମଟି ଆକ୍ସନରେ ଭରପୁର ଥିବା ବେଳେ କଙ୍ଗନା ଏଥରେ ଜଣେ ଏଜେଣ୍ଟ ଚରିତ୍ରରେ ନଜର ଆସିବେ । ଦେଖିବାକୁ ବାକି ରହିଲା ଏହା ବକ୍ସ ଅପିସ୍‌ରେ ଧମାଲ୍‌ କରୁଛି କି ନାହିଁ ।

Related Posts