ସଙ୍କଟ ସ୍ଥିତି ମଧ୍ୟରେ ଗତି କରୁଛି ୟୁକ୍ରେନ। ଋଷ ଲଗାତାର ଭାବେ ଆକ୍ରମଣ କରି ଚାଲିଥିବା ବେଳେ, ୟୁକ୍ରେନ ରେ ଏବେ ଋଷର କ୍ରୋଧର ନିଆଁ ଜଳୁଛି । ଚାରିଆଡ ଦୁଆଁମୟ । ଲାଗିରହିଛି ଗୁଳି ବର୍ଷା । ଏହାରି ମଧ୍ୟରେ ଋଷ ର ଆକ୍ରମଣକୁ ନେଇ ଅନେକ ଦେଶ ଋଷ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ବେଳେ, ୟୁକ୍ରେନ କୁ ସାହାଯ୍ୟ କରୁଛନ୍ତି । ଆର୍ଥକ, ସାମରିକ ଓ ମାନବିକତା ସହାୟତା ମିଳୁଛି । ସେହିଭଳି ସ୍ପେନ ମଧ୍ୟ ସାମରିକ ଅସ୍ତ୍ରଶସ୍ତ୍ର ୟୁକ୍ରେନକୁ ପଠାଇଛି ।

ଆଜି ଏନେଇ ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାନେଜ୍ ସଂସଦରେ କହିଛନ୍ତି । ସ୍ପେନ ଆପତ୍ତିଜନକ ସାମରିକ ହାର୍ଡୱେର ପଠାଇବା ଦ୍ବାରା ୟୁକ୍ରେନ ସୈନ୍ୟ ବାହିନୀର ଦକ୍ଷତା ବୃଦ୍ଧି ପାଇବ ବୋଲି ସେ କହିଛନ୍ତି । ଏଥିସହ ସ୍ପେନ ସାମରିକ ସହାୟତା ପ୍ରଦାନ କରିବା ସହ ଆର୍ଥିକ ସାହାଯ୍ୟ ପ୍ରଦାନ କରିବ ବୋଲି ପ୍ରଧାନମନ୍ତ୍ରୀ ପେଡ୍ରୋ ସାନେଜ୍ କହିଛନ୍ତି ।ଅନ୍ୟପଟେ ରବିବାର ୟୁରୋପୀୟ ରାଷ୍ଟ୍ର ସଙ୍ଘ ପକ୍ଷରୁ ବଡ ଧରଣର ଆର୍ଥିକ ପ୍ୟାକେଜ ୟୁକ୍ରେନକୁ ସହାୟତା ଲାଗି ଘୋଷଣା କରାଯାଇଥିଲା । ସେହିପରି ୟୁରୋପୀୟ ରାଷ୍ଟ୍ର ସଙ୍ଘ ୪୫୦ ୟୁରୋ ମିଲିୟନ ଟଙ୍କାର ସାମରିକ ଅସ୍ତ୍ରଶସ୍ତ୍ର ୟୁକ୍ରେନ ପାଇଁ କିଣିବା ରାଜି ହୋଇଥିଲେ ।