ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆଜିକୁ ନବମ ଦିନରେ ପହଂଚିଛି । ଋଷ ସେନା ଆକ୍ରୋଶ ମୂଳକ ଭାବେ ୟୁକ୍ରେନ ଉପରକୁ ଆକ୍ରମଣ କରିଚାଲିଛନ୍ତି । ଏପର୍ଯ୍ୟନ୍ତ ୟୁକ୍ରେନର ୧୦ ରୁ ଅଧିକ ସହର ଧ୍ୱଂସ ହୋଇ ସାରିଛି ଋଷ ସେନା। ସେପଟେ ଯୁଦ୍ଧର ନବମ ଦିନରେ ଋଷ ସେନାର ‘ବ୍ଲାକ ସି’ ୟୁକ୍ରେନର କୋଷ୍ଟାଗାର୍ଡ ନିକଟରେ ପହଂଚି ସାରିଛି । ଏନେଇ ଅନୁମାନ କରାଯାଉଛି କି କୌଣସି ସମୟରେ ଋଷସେନା ୟୁକ୍ରେନର ମାଇକୋଲିଭ କୋଷ୍ଟଗାର୍ଡ ଉପରେ ଆକ୍ରମଣ କରିପାରେ । ସେପଟେ ପେଣ୍ଟାଗନ ଦାବି କରିଛି କି ଦେଢଲକ୍ଷ ଋଷ ସୈନିକ କ୍ୱିବ ଓ ଖାର୍କିବ ସହରକୁ ଚାରିପଟୁ ଘେରି ସାରିଛି । ସେପଟେ ଋଷ ସେନାକୁ କଡ଼ା ଟକ୍କର ଦେଉଛନ୍ତି ୟୁକ୍ରେନ ସେନା । ଲଗାତାର ଭାବେ ଉଭୟଙ୍କ ମଧ୍ୟରେ ଯୁଦ୍ଧ ଜାରି ରହିଛି ।
ଏସବୁ ଭିତରେ ଋଷ ଗଣମାଧ୍ୟମ ଏକ ଚକିତ କରିଦେବା ଭଳି ଖବର ପ୍ରଶାରଣ କରିଛି । ରିପୋର୍ଟ ମୁତାବକ ୟୁକ୍ରେନ ରାଷ୍ଟ୍ରପତି ବୋଲୋଦିମିର ଜେଲେନସ୍କି ଏବେ ୟୁକ୍ରେନରେ ନଥିବା ସେ ଦାବି କରିଛନ୍ତି । ଏବେ ରାଷ୍ଟ୍ରପତି ୟୁକ୍ରେନ ଛାଡ଼ି ପୋଲାଣ୍ଡ ପଳାୟନ କରିଥିବା ରିପୋର୍ଟ ରେ ଦର୍ଶାଯାଇଛି । ରିପୋର୍ଟରେ କୁହାଯାଇଛି କି, ରାଜଧାନୀ କ୍ୱିବିର ଏକ ବଙ୍କର ଭିତରେ ଥିବା ଜେଲେନସ୍କି ଏବେ ପୋଲାଣ୍ଡ ପଳାଇ ଯାଇଛନ୍ତି ।
କହିରଖୁ କି ଦୁଇଦିନ ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସାର୍ବଜନୀକ ଭାବେ କହିଥିଲେ କି ଜେଲେନସ୍କି ଯେବେ ଚାହିଁବେ ତାଙ୍କୁ ୟୁକ୍ରେନରୁ ଏୟାରଲିଫ୍ଟ କରି ଅଣାଯାଇପାରିବ । ହେଲେ ଏହାର ଜବାବରେ ଜେଲେନସ୍କି କହିଥିଲେ କି କୌଣସି ପରିସ୍ଥିତିରେ ସେ ନିଜ ଦେଶର ଲୋକଙ୍କୁ ଯୁଦ୍ଧମୁହଁରେ ଛାଡି ପଳାୟନ କରିବେ ନାହିଁ । ହେଲେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ କି ଜେଲେନସ୍କିଙ୍କୁ ସିଆଇଏ ସହାୟତାରେ ପୋଲାଣ୍ଡ ପହଂଚା ଯାଇଛି କି ଅନ୍ୟ କୌଣସି ମାଧ୍ୟମରେ ତାଙ୍କୁ ସହାୟତା ଯୋଗାଇ ଦିଆଯାଇଛି ।
ସେପଟେ ବାରମ୍ବାର ଅନୁରୋଧ ପରେ ଋଷସେନା ୟୁକ୍ରେନର ବିଭିନ୍ନ ସ୍କୁଲ ଉପରେ ଆକ୍ରମଣ ଜାରି ରଖିଛି । ସେପଟେ ଜେଲେନସ୍କି ଦାବି କରିଛନ୍ତି କି ପୁତିନ ଚେର୍ନୋବିଲ ପରମାଣୁ ଦୁର୍ଘଟଣା ଭଳି ଦ୍ୱିତୀୟ ଘଟଣା ଘଟାଇବାକୁ ଯୋଜନା କରିଛନ୍ତି। ସେପଟେ ଋଷ ସେନା ଙ୍କୁ ରୋକିବା ପାଇଁ ଅନେକ ଦେଶ ଋଷ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।
