ଋଷ ଲଗାତାର ଭାବେ ୟୁକ୍ରେନ୍ ଉପରକୁ ଆକ୍ରମଣ କରିଚାଲିଛି । ଲାଗିଥିବା ଯୁଦ୍ଧ ଏବେ 11 ଦିନରେ ପହଞ୍ଚିଥିବା ବେଳେ ଋଷ୍ର ଆକ୍ରମଣକୁ ପ୍ରତିହତ କରିବା ପାଇଁ ୟୁକ୍ରେନ୍ ସାହସର ସହ ଲଢ଼େଇ କରୁଥିବା ବେଳେ ଅନ୍ୟପଟେ ଯୁଦ୍ଧ ଟାଳିବାକୁ ମଧ୍ୟ ପ୍ରୟାସ କରୁଛି । ସେପଟେ ଏହାରି ମଧ୍ୟରେ ୟୁକ୍ରେନ୍ ବୈଦେଶିକ ବ୍ୟାପାର ମନ୍ତ୍ରୀ ଦିମିତ୍ରି କୁଲେୱା ଭାରତକୁ ଅପିଲ୍ କରିଛନ୍ତି ଯେ ଋଷ୍କୁ ଆକ୍ରମଣ ବନ୍ଦ କରିବା ପାଇଁ ପ୍ରସ୍ତାବ ଦେଉ ।
ଏକ ଟେଲିଭିଜନ୍ ସାକ୍ଷାତକାରରେ କୁଲେୱା ଋଷ୍ ଯୁଦ୍ଧ ବିରାମ ସନ୍ଧିର ଉଲଂଘନ କରିଥିବା ଅଭିଯୋଗ ଆଣିଛନ୍ତି । ଏଥିସହିତ ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ଫସି ରହିଥିବା ବିଦେଶୀ ନାଗରିକଙ୍କୁ ସୁରକ୍ଷିତ ଭାବେ ସେମାନଙ୍କ ଦେଶକୁ ଯିବା ପାଇଁ ଗୁଳି ଚାଳନା ବନ୍ଦ ରଖିବାକୁ ଅପିଲ୍ କରିଛନ୍ତି ।
କୁଲେୱା କହିଛନ୍ତି ୩୦ ବର୍ଷ ଧରି ୟୁକ୍ରେନ୍, ଆଫ୍ରିକା ଏବଂ ଏସିଆର ହଜାର ହଜାର ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱାଗତ ଯୋଗ୍ୟ ଘର ସଦୃଶ ଥିଲା । ବିଦେଶୀ ଛାତ୍ର ଏଠାରୁ ବାହରିବା ପାଇଁ ୟୁକ୍ରେନ୍ ଟ୍ରେନ୍ର ବ୍ୟବସ୍ଥା କରିଛି । ହଟ୍ଲାଇନ୍ ସ୍ଥାପିତ କରିଛି । ଦୂତାବାସ ସହିତ କାମ କରିଛି । ୟୁକ୍ରେନ୍ ସରକାର ସେମାନଙ୍କ ପାଇଁ ଲଗାତାର କାମ କରୁଥିବା ସେ କହିଛନ୍ତି ।
ବିଦେଶ ମନ୍ତ୍ରୀ ଦେବି କରିଛନ୍ତି ଯେ ଋଷ୍ ସେହି ଦେଶମାନଙ୍କୁ ସହାନୁଭୂତି ଦେଖାଉଛି ଯାହାର ନାଗରିକମାନେ ୟୁକ୍ରେନ୍ରେ ଫଶିଛନ୍ତି । ଋଷ୍ ଯଦି ସାହାଯ୍ୟ କରେ ତେବେ ବିଦେଶୀମାନଙ୍କୁ ସୁରକ୍ଷିତ ଘରକୁ ପଠାଯାଇପାରିବ ।
