ୟୁକ୍ରେନରେ ତାଣ୍ଡବ ରଚୁଥିବା ଋଷ ଦେଲା କ୍ଷୟକ୍ଷତିର ହିସାବ

11 ଦିନରେ ପହଂଚିଛି ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ । ୟୁକ୍ରେନରେ ତାଣ୍ଡବ ରଚିଛନ୍ତି ଋଷ ସେନା । ଚାରିଆଡ଼ କୁ ଦେଖିଲେ ଯୁଦ୍ଧର ସ୍ଥିତି ଅନୁମାନ କରାଯାଇପାରେ। ସେପଟେ ମୃତ୍ୟୁ ର ହିସାବ ନାହିଁ । ରକେଟ ଓ ଗୁଳି ମାଡ ରେ ସବୁ ଧ୍ଵଂସ ବି ଧ୍ଵଂସ ହୋଇପଡିଛି । କିବଠୁ ନେଇ ଖାରକିଭ୍ ଏବଂ ମାରିୟୁପୋଲରୁ ନେଇ ସୁମୀ, ଓଡେଶା ବୋମା ଏବଂ ମିଜାଇଲ ମାଡରେ ସବୁକିଛି ବରବାଦ ହୋଇଯାଇଛି । ଏହାରି ଭିତରେ ୟୁକ୍ରେନର କ୍ଷୟକ୍ଷତି ନେଇ ତଥ୍ୟ ଦେଇଛି ଋଷ । କେତେ ଟ୍ୟାଙ୍କ ନଷ୍ଟ ହୋଇଛି, କେତେ ଯବାନଙ୍କ ଜୀବନ ଯାଇଛି, କେତେ ମିଲିଟାରୀ ବେସ୍ ଧ୍ୱଂସ ହୋଇଛି ଏପରି ତମାମ କ୍ଷୟକ୍ଷତି ନେଇ ରିପୋର୍ଟ ଦେଇଛି ଋଷିଆ ।

ଋଷ ଦାବି କରିଛି, ୟୁକ୍ରେନର ୧୧ହଜାର ଯବାନଙ୍କୁ ନିହତ କରିଛି ଋଷ । ଯୁଦ୍ଧର ୧୧ଦିନ ଭିତରେ ୨୨୦୩ରୁ ଅଧିକ ସୈନ୍ୟ ଠିକଣାକୁ ଧ୍ୱଂସ କରିଛି ଋଷିଆ । ଏହାସହିତ ଭାରିମାତ୍ରାରେ ସୈନ୍ୟ ଯୁଦ୍ଧାସ୍ତ୍ରକୁ ବି ନଷ୍ଟ କରି ଦିଆଯାଇଛି । ୟୁକ୍ରେନର ମିଜାଇଲ ଡିଫେନ୍ସ ସିଷ୍ଟମ ଏସ୍-୩୦୦କୁ ଭି ନଷ୍ଟ କରିଦେଇଥିବା ଦାବି କରିଛି ଋଷିଆ । ଋଷର ପ୍ରତିରକ୍ଷା ମନ୍ତ୍ରାଳୟ ଦାବି କରି କହିଛି, ଗତ ୧୧ଦିନ ଧରି ଚାଲିଥିବା ଯୁଦ୍ଧ ଭିତରେ ୟୁକ୍ରେନର ୯୦ଟି ବିମାନ । ୭୪୮ ଟ୍ୟାଙ୍କ ଏବଂ ଅନ୍ୟ ଲଢୁଆ ବାହାନ, ୭୬ଟି ରକେଟ୍ ଲଞ୍ଚର, ୨୭୪ ଫିଲ୍ଡ ଆର୍ଟିଲାରି ଓ ମୋଟାର୍ସ । ୫୩୨ଟି ଅନ୍ୟ ସାମରିକ ଜାନ ଆଦିକୁ ନଷ୍ଟ କରିଦେଇଛି ଋଷ । କେବଳ ଏତିକି ନୁହେଁ ଋଷର ପ୍ରତିରକ୍ଷା ମନ୍ତ୍ରାଳୟର ପ୍ରତିନିଧି କହିଛନ୍ତି, ମାର୍ଚ୍ଚ ୫ତାରିଖରେ ଋଷର ସସସ୍ତ୍ରବଳ ୟୁକ୍ରେନର ସୈନ୍ୟ ଠିକଣା ଉପରେ ଆକ୍ରମଣ କରି ୫ଟି ରାଡାର୍ ଷ୍ଟେସନ୍ ଏବଂ ୨ଟି ବୁକ୍ ଏମ୍-୧ ଆଣ୍ଟି ଏୟାରକ୍ରାପ୍ଟ ମିଜାଇଲ୍ ସିଷ୍ଟମ, ୭୪ଟି କଣ୍ଟ୍ରୋଲ ପଏଣ୍ଟ, କମ୍ୟୁନିକେଶନ୍ ସେଣ୍ଟର, ୧୦୮ଟି ଏସ୍-୩୦୦ ଡିଫେନ୍ସ ସିଷ୍ଟମକୁ ନଷ୍ଟ କରିଦେଇଛି ।

ସେପଟେ ୟୁକ୍ରେନ ଋଷ ର 10 ହାଜର ସୈନିକଙ୍କୁ ହତ୍ୟା କରିଥିବା ଦାବି କରିଛି ।

Related Posts