ଝାଡଖଣ୍ଡରେ ଏକ ନିଆରା ବାହାଘର ଅନୁଷ୍ଠିତ ହୋଇଯାଉଛି । ଏକ ବିରାଟ ସାମୁହିକ ବିବାହ ସମ୍ପନ୍ନ ହୋଇଛି। ଦୀର୍ଘଦିନ ହେବ ଲିଭ୍ ଇନ ରିଲେସନରେ ରହୁଥିବା ୧୩୨୦ ଜଣ ପୁଅ ଝିଅଙ୍କୁ ଗୋଟିଏ ବେଦୀରେ ବାହାଘର କରାଯାଇଛି । ଏସବୁ ପୁଅ ଓ ଝିଅମାନେ ଗରୀବ କାରଣରୁ ବାହା ହୋଇ ନପାରି କେବଳ ସଂପର୍କରେ ରହୁଥିଲେ । ଏଭଳି ସଂପର୍କରେ ରହି ବିବାହ କରିପାରି ନଥିବା ଲୋକଙ୍କ ଝାଡଖଣ୍ଡରେ ଢୁକୁ ବୋଲି କୁହାଯାଇଥାଏ ।
ଋାଞ୍ଚିର ବିର୍ଶା ମହାବିଦ୍ୟାଳୟ ସ୍ଥିତ ଫୁଟବଲ ଷ୍ଟାଡିୟମରେ ଏହି ସାମୁହିକ ବିବାହର ଆୟୋଜନ କରାଯାଇଥିଲା । ବିବାହ ବନ୍ଧନରେ ବାନ୍ଧି ହେବା ପରେ ସମସ୍ତ ବରକନ୍ୟା ବେସ୍ ଖୁସିଥିବା ନଜରକୁ ଆସିଥିଲା । ଏହି ସାମୁହିକ ବିବାହ ସମାରୋହରେ ଝାଡଖଣ୍ଡର ରାଜ୍ୟପାଳ ରମେଶ ବୈଶ୍ୟ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ରାଜ୍ୟପାଳ ସମସ୍ତ ବିବାହିତ ଦମ୍ପତ୍ତିଙ୍କୁ ଆର୍ଶିବାଦ କରିଥିଲେ । ଏହାସହ ରାଜ୍ୟପାଳ ସେମାନଙ୍କୁ ରାଜ୍ୟ ସରକାରଙ୍କର ସମସ୍ତ ଯୋଜନାରେ ସାମିଲ କରିବେ ବୋଲି କଥା ଦେଇଛନ୍ତି।
କହିରଖୁ କି ଝାଡଖଣ୍ଡରେ ରହୁଥିବା ଏହି ଢୁକୁ ସଂପ୍ରଦାୟର ଲୋକଙ୍କୁ ସମାଜରେ ନା ସମ୍ମାନ ମିଳେ ନା ତାଙ୍କ ପିଲାଛୁଆଙ୍କୁ ଅଧିକାର ।
ଏହି ସଂପ୍ରଦାୟରେ ଦେଖିବାକୁ ମିଳେ କି ଯଦି କୌଣସି ପୁଅଝିଅ ମନ୍ଦିରରେ ବିବାହ କରିବା ପରେ ପଡୋଶୀଙ୍କୁ ବିବାହ ଭୋଜି ଦେବାରେ ଅସମର୍ଥ ହୁଅନ୍ତି ତେବେ ସେମାନଙ୍କ ବିବାହକୁ ତାଙ୍କ ସମାଜ କେବେ ଗ୍ରହଣ କରି ନଥାଏ ।





