ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ୟୁକ୍ରେନର ଜଣେ ଭାରତୀୟ ବ୍ୟକ୍ତି ଅପରେସନ ଗଙ୍ଗା ଅଧୀନରେ ସ୍ୱଦେଶ ଫେରିବାକୁ ମନା କରିଦେଇଛନ୍ତି । କାହିଁକିନା ତାଙ୍କୁ କୁହାଯାଇଛି ଯେ ତାଙ୍କ ଗର୍ଭବତୀ ପତ୍ନୀ ନାଗରିକ ନୁହଁନ୍ତି, ତାଙ୍କୁ ଯୁଦ୍ଧ ଦେଶରୁ ସ୍ଥାନାନ୍ତର କରାଯାଇପାରିବ ନାହିଁ। ବାସ ଏହା ପରେ ୮ ମାସର ଗର୍ଭବତୀ ସ୍ତ୍ରୀକୁ ଛାଡ଼ି ଭାରତ ଫେରିଆସିବାକୁ ତାଙ୍କ ସ୍ୱାମୀ ମନାକରିଦେଇଥିଲେ । ସେପଟେ ଏପରି ସ୍ଥିତିରେ ସେ ପୋଲାଣ୍ଡକୁ ଯିବେ ବୋଲି କହିଛନ୍ତି । ପୋଲାଣ୍ଡରେ ତାଙ୍କର ଜଣେ ବନ୍ଧୁ ଅଛନ୍ତି ଏବଂ ତାଙ୍କ ପାଖରେ ଯାଇ ସେମାନେ ରହିବେ ବୋଲି ତାଙ୍କ ସ୍ୱାମୀ ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି । ଏଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

ଅନ୍ୟପଟେ ରୁଷୀୟ ସୈନିକମାନେ ୟୁକ୍ରେନ ଉପରେ ଆକ୍ରମଣର ଦୁଇ ଦିନ ପରେ ଫେବୃଆରୀ ୨୬ ରେ ଭାରତ ଅପରେସନ୍ ଗଙ୍ଗା ଆରମ୍ଭ କରିଥିଲା । ଏହି ଅପରେଶନରେ ଭାରତୀୟମାନଙ୍କୁ ପୋଲାଣ୍ଡ, ରୋମାନିଆ, ସ୍ଲୋଭାକିଆ, ହଙ୍ଗେରୀ ଏବଂ ମଲଡୋଭା ପରି ସ୍ଥଳଭାଗ ଦେଇ ଯାତ୍ରା କରିବାକୁ ପଡ଼ୁଥିଲା । ଏପଟେ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୧୧ ଦିନରେ ପହଞ୍ଚିଛି । ପରସ୍ପର ଉଭୟଙ୍କୁ କଡ଼ା ଜବାବ ଦେବାରେ ଲାଗିଛନ୍ତି ।