ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଦେଶର ପାଞ୍ଚଟି ରାଜ୍ୟରେ ଏଥର ବିଧାନସଭା ନିର୍ବାଚନ ହୋଇଥିଲା । ଏନେଇ ସମସ୍ତ ରାଜନୈତିକ ଦଳମାନେ ନିଜର ଶକ୍ତିପ୍ରଦର୍ଶନ କରିଥିଲେ । ଏହା ମଧ୍ୟରେ ବିଧାନସଭା ନିର୍ବାଚନ ଶେଷ ହୋଇଛି । ତେବେ ଏଥର ୫ ଟି ରାଜ୍ୟରେ କେଉଁ ଦଳ ବାଜି ମାରିବ ସେନେଇ କଳ୍ପନାଜଳ୍ପନା ମଧ୍ୟ ଆରମ୍ଭ ହୋଇ ଯାଇଛି । ମୁଖ୍ୟତଃ କିଛି ଲୋକ ଶାସକ ବିଜେପି ସପକ୍ଷରେ ବାହାରୁଥିବାବେଳେ ଆଉ କିଛି କଂଗ୍ରେସ ସପକ୍ଷରେ ବାହାରୁଛନ୍ତି । ଏସବୁ ମଧ୍ୟରେ ସାରା ଦେଶର ନଜର ବର୍ତ୍ତମାନ ଉତ୍ତରପ୍ରଦେଶ ନିର୍ବାଚନ ଫଳାଫଳ ଉପରେ ରହିଛି । କିଏ ବାଜି ମାରିବ ? ଏଥର କିଏ କ୍ଷମତାକୁ ଆସିବ ? ସେନେଇ ଅନେକ କଳ୍ପନାଜଳ୍ପନା ଚାଲିଛି । କାହିଁକିନା କୁହାଯାଏ ୟୁପିରେ ଯେଉଁ ଦଳ କ୍ଷମତାକୁ ଆସିଥାଏ । ସେହି ଦଳର ନେତା ଦେଶର ପ୍ରଧାନମନ୍ତ୍ରୀ ହୋଇଥାନ୍ତି । ତେଣୁ ବିଶେଷ କରି ୟୁପି ରାଜନୀତିକୁ ନେଇ ଲୋକମାନଙ୍କ ପାଖରେ ଢ଼େର ସାରା ଉକ୍ରଣ୍ଠା ଦେଖିବାକୁ ମିଳିଛି । ସେପଟେ ୫ଟି ରାଜ୍ୟର ଏକଜିଟ ପୋଲ ଫଳାଫଳ ସାମ୍ନାକୁ ଆସିଛି ।
ତେବେ ଏକଜିଟ ପୋଲ ଫଳାଫଳ ଅନୁଯାୟୀ ଉତ୍ତରପ୍ରଦେଶରେ ଭାରତୀୟ ଜନତା ପାର୍ଟି ବାଜି ମାରୁଥିବାବେଳେ ପଞ୍ଜାବରେ ଆମ ଆଦମି ପାର୍ଟି ବାଜି ମାରିବାକୁ ଯାଉଛି । ସେହିପରି ମଣିପୁରରେ ବିଜେପିକୁ ଏକ ସ୍ୱଚ୍ଛ ସଂଖ୍ୟାଗରିଷ୍ଠତା ମିଳିଛି, କିନ୍ତୁ ଗୋଆରେ କଂଗ୍ରେସ ବାଜି ମାରିବ ବୋଲି ଏକଜିଟ ପୋଲରୁ ସୂଚନା ମିଳିଛି । ଏଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି । ମାର୍ଚ୍ଚ ୧୦ ରେ ନିର୍ବାଚନ ଆୟୋଗ ମତଦାନ ଫଳାଫଳ ଘୋଷଣା କରିବେ। ଅନ୍ୟପଟେ ପାଞ୍ଚଟି ରାଜ୍ୟ – ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁରରେ ଏଥର ବିଧାନସଭା ନିର୍ବାଚନ ହୋଇଥିଲା । ଫେବୃଆରୀ ୧୦ ରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା ।
ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ଗୋଆ ଗୋଟିଏ ପର୍ୟ୍ୟାୟରେ ଭୋଟ ଦେଇଥିବା ବେଳେ ମଣିପୁର ଦୁଇଟି ପର୍ୟ୍ୟାୟରେ ଭୋଟ୍ ଦେଇଛି ଏବଂ ଉତ୍ତରପ୍ରଦେଶ ସାତୋଟି ପର୍ୟ୍ୟାୟରେ ଭୋଟ ଗ୍ରହଣ କରାଯାଇଛି । ଏକଜିଟ ପୋଲ ଫଳାଫଳ ଅନୁଯାୟୀ ସମାଜବାଦୀ ପାର୍ଟି ଏବଂ ଏହାର ସହଯୋଗୀମାନେ ୭୧-୧୦୧ ଟି ଆସନ ଜିତିଥିବାବେଳେ ବାହୁଜନ ସମାଜ ପାର୍ଟି ୩-୯ ଟି ଆସନ ଜିତିବ ବୋଲି ପୂର୍ବାନୁମାନ କରାଯାଇଛି। କଂଗ୍ରେସ ୧-୩-ଜିତି ଏବଂ ଅନ୍ୟମାନେ ୨-୩- ସିଟରେ ଜିତି ପାରନ୍ତି ବୋଲି ଅନୁମାନ କରାଯାଉଛି । ସେପଟେ ୨୦୧୭ ନିର୍ବାଚନରେ ବିଜେପି ଏବଂ ଏହାର ସହଯୋଗୀ ଦଳ ୟୁପିରେ ଜିତିଥିଲେ, ୩୨୫ ଟି ଆସନରେ ତିନି ଚତୁର୍ଥାଂଶ ସଂଖ୍ୟାଗରିଷ୍ଠତା ସହ ଯୋଗୀ ଆଦିତ୍ୟନାଥଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ମନୋନୀତ କରାଯାଇଥିଲା।





