ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ସୁମିରେ ଫସିଥିବା ଭାରତୀୟଙ୍କ ପାଇଁ କରାଗଲା ମାନବୀୟ କରିଡର । ଯାହାଫଳରେ ପ୍ରାୟ ୭୦୦ ଛାତ୍ରଛାତ୍ରୀଙ୍କୁ କରାଯିବ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି । ତେବେ ଛାତ୍ରଛାତ୍ରୀମାନଙ୍କ ସହ ରେଡକ୍ରସ ଏବଂ ଭାରତୀୟ ଦୂତାବାସର ଅଧିକାରୀମାନେ ଥିବା ଜଣାପଡ଼ିଛି। ପ୍ରାୟ ୭୦୦ ଭାରତୀୟ ଛାତ୍ରଛାତ୍ରୀ ସୁମିରେ ଫସି ରହିଥିଲେ। ମାନବୀୟ କରିଡର ନିର୍ମାଣ ହୋଇପାରୁନଥିବାରୁ ସେମାନଙ୍କୁ ସ୍ଥାନାନ୍ତର କରାଯାଇପାରୁନଥିଲା। ହେଲେ ଏବେ ନିରାପଦ କରିଡର ନିର୍ମାଣ ସହ ସେମାନଙ୍କୁ ସ୍ଥାନାନ୍ତର କରାଯାଉଥିବା ନେଇ ସୂଚନା ମିଳିଛି।
ସେପଟେ ରୁଷ ଆଜି ଅସ୍ତ୍ରବିରତି ଘୋଷଣା କରି ମାନବୀୟ କରିଡର ସୃଷ୍ଟି କରିବାକୁ ରାଜି ହୋଇଛି। ଏହି ମାନବୀୟ କରିଡର ୟୁକ୍ରେନର ସୁମି ଠାରୁ ୟୁକ୍ରେନର ପୋଲଟଭା ଏବଂ ରୁଷର ବେଲଗୋରୋଡ ପର୍ୟ୍ୟନ୍ତ ରୁଟ ତିଆରି କରିବ ବୋଲି ନିଷ୍ପତ୍ତି ନିଆଯାଇଛି। ସୁମିରେ ଫସି ରହିଥିବା ଭାରତୀୟଙ୍କୁ ପୋଲଟଭା ଏବଂ ବେଲଗୋରୋଡକୁ ସ୍ଥାନାନ୍ତର କରାଯିବ। ପରେ ଭାରତୀୟଙ୍କୁ ବିମାନ, ରେଳ ଏବଂ ସଡକ ପରିବହନ ଦ୍ୱାରା ଭାରତ ଫେରିବା ପାଇଁ ବିମାନ ଉଡ଼ାଣ କରିବାକୁ ଥିବା ସ୍ଥାନକୁ ପଠାଯିବ ବୋଲି ସୂଚନା ମିଳିଛି ।
