ଫିଟୁଛି ରସିକିଆ ଡାକ୍ତରର ଗୁମର; ବାହା ହେବାକୁ କରୁଥିଲା ଇମୋସନାଲ ଡ୍ରାମା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଫିଟୁଛି ରସିକିଆ ଡାକ୍ତରର ଗୁମର । ଅସହାୟ, ବିଧବା ଓ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ପଟାଇବା ପାଇଁ କରୁଥିଲା ଡ୍ରାମା। କେତେବେଳେ କାନ୍ଦୁଥିଲା ତ ଆଉ କେତେବେଳେ ଦେହ ଖରାପ ଥିବାର ଭିଡ଼ିଓ କରି ମହିଳାଙ୍କ ମନ ଜିଣୁଥିଲା। ଆଉ ତା’ପରେ ମହିଳାଙ୍କୁ ବିବାହ କରି ସେମାନଙ୍କ ଅର୍ଥରେ ଅୟସ୍ କରୁଥିଲା। ଏମିତି ଇମୋସନାଲ ଭିଡ଼ିଓ ସେୟାର କରି ରମେଶ ୧୮ ଜଣଙ୍କୁ ବିବାହ କରିଥିଲା।

ରିମାଣ୍ଡ ଅବଧି ସମୟରେ ରମେଶର ଏପରି କାରନାମା ସାମ୍ନାକୁ ଆସିଛି। ଗଣମାଧ୍ୟମକୁ ସୂଚନା ଦେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି, ରମେଶ ସ୍ୱାଇଁଙ୍କୁ ତୃତୀୟ ଥର ପାଇଁ ରିମାଣ୍ଡରେ ଆଣିଥିଲୁ। ତାଙ୍କ ନାଁରେ ପ୍ରାୟ ୧୫ଟି ମାମଲା ରୁଜୁ ହୋଇସାରିଲାଣି। ରିମାଣ୍ଡ ଅବଧି ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ଆଜି ରିମାଣ୍ଡ ସରିବା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ତାଙ୍କର ପଲିଗ୍ରାଫ୍ ଟେଷ୍ଟ କରିବାକୁ ଅନୁମତି ଦେବା ପାଇଁ ପ୍ରାର୍ଥନା କରିଛୁ। କାରଣ ଜେରା ସମୟରେ ରମେଶ ବହୁ ଭ୍ରମାତ୍ମକ ତଥ୍ୟ ଦେଇଥିଲେ ବୋଲି ଡିସିପି ଉମାଶଙ୍କର ଦାସ କହିଛନ୍ତି ।

Related Posts