ଦୀର୍ଘ ୧୧ ବର୍ଷରେ ରବର୍ଟ ଭଦ୍ରା ୧୦୬ କୋଟି ଟଙ୍କାର ଆୟ ଲୁଚାଇଥିବାର ଅଭିଯୋଗ ଆଣିଲା ଆୟକର ବିଭାଗ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ବ୍ୟବସାୟୀ ରୋବର୍ଟ ଭଦ୍ରାଙ୍କ ବିରୋଧରେ ଆୟକର ବିଭାଗ ବଡ଼ ଅଭିଯୋଗ ଆଣିଛି । ତେବେ ସେ ଦୀର୍ଘ ୧୧ ବର୍ଷରେ ୧୦୬ କୋଟି ଟଙ୍କାର ଆୟକୁ ଲୁଚାଇଥିବାର ଅଭିଯୋଗ କରିଛି ଆୟକର ବିଭାଗ । ଏ ଖବର ସାମ୍ନାକୁ ଆସିବା ପରେ ବର୍ତ୍ତମାନ ଏହା ସାରା ଦେଶର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସେପଟେ ଅଭିଯୋଗରେ ଦର୍ଶାଯାଇଛି ଯେ ଭଦ୍ରା ୧୧ ବର୍ଷ ମଧ୍ୟରେ ରାଜସ୍ଥାନର ବେନାମୀ ହୋଲଡିଂରୁ ଆୟକୁ ୧୦୬ କୋଟିରୁ କମ ଘୋଷଣା କରିଛନ୍ତି। ସେପଟେ ୨୦୧୦-୧୧ ମସିହାରୁ ୨୦୨୦-୨୧ ପର୍ଯ୍ୟନ୍ତ ମୂଲ୍ୟାଙ୍କନ ବର୍ଷରେ ଏହି ଆୟକୁ ସେମାନଙ୍କ ଆୟରେ ଯୋଡିବାକୁ ଆଇଟି ବିଭାଗ ପ୍ରସ୍ତାବ ଦେଇଛି । ଏହା ସହ ରବର୍ଟ ଭଦ୍ରାଙ୍କର ସାତୋଟି କମ୍ପାନୀର ଆୟରେ ୯ କୋଟି ଯୋଡ଼ିବାକୁ ଆଇଟି ବିଭାଗ ପ୍ରସ୍ତାବ ଦେଇଛନ୍ତି । ଅନ୍ୟପଟେ ବେନାମୀ କାରବାର ଅଧିନିୟମ ଅନୁଯାୟୀ ରାଜସ୍ଥାନରେ ଜମି କାରବାରରେ ଚୋରି ଅଭିଯୋଗରେ ଭଦ୍ରାଙ୍କ ବିରୋଧରେ ବିଭାଗର ତଦନ୍ତ ସମ୍ପର୍କରେ ଆୟର ଅଳ୍ପ ରିପୋର୍ଟ ରହିଛି।

ଭଦ୍ରାଙ୍କ ଆୟ ୧୦୬ କୋଟି ଟଙ୍କା ଏବଂ ତାଙ୍କର ସାତୋଟି କମ୍ପାନୀ(ପ୍ରାୟ ୯ କୋଟି ଟଙ୍କାର ରିପୋର୍ଟିଂ ଉପରେ ଆଇଟି ବିଭାଗ ଡିସେମ୍ବର ୨୦୨୧ ରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟକୁ ମଧ୍ୟ ଜଣାଇଥିଲା। ଏହା ମଧ୍ୟରେ ରବର୍ଟ ଭଦ୍ରା ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଏହା ପଛର କାରଣ ସମାନ, ଯାହା ଗତ କିଛି ବର୍ଷ ହେବ ହୋଇ ଆସୁଛି । ବର୍ତ୍ତମାନ ମୋ ନାମକୁ ସାମ୍ନାକୁ ଆଣିବାର ଉପଯୁକ୍ତ ସମୟ । ଏଥିରୁ ସ୍ପଷ୍ଟ ବାରି ହୋଇଯାଉଛି ଯେ ସେମାନେ ମୋ ପଛରେ ଲଗାତାର ପଡ଼ିଯାଇଛନ୍ତି ବୋଲି ରବର୍ଟ ଭଦ୍ରା ଏହାର ପ୍ରତିକ୍ରିୟା ରଖି କହିଛନ୍ତି ।

Related Posts