ସୋନିଆ ଗାନ୍ଧୀଙ୍କୁ ପୁଣି ସମନ ପଠାଇଲା ଇଡି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସୋନିଆ ଗାନ୍ଧୀଙ୍କୁ ପୁଣି ସମନ ପଠାଇଲା ଇଡି। ନ୍ୟାସନାଲ ହେରାଲ୍ଡ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଜୁଲାଇ 21 ରେ କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କୁ ପୁଣି ଡକାଇଛି। ସେପଟେ ସୋନିଆ ଗାନ୍ଧୀଙ୍କୁ ଚାରି ସପ୍ତାହ ସମୟ ଦିଆଯାଇଥିଲା ଯାହା ଜୁଲାଇ 22 ରେ ଶେଷ ହେବ | ତେବେ ସୋନିୟା କୋଭିଡ -19 ଏବଂ ଫୁସଫୁସ ସଂକ୍ରମଣରୁ ସମ୍ପୂର୍ଣ୍ଣରୂପେ ସୁସ୍ଥ ନହେବା ପର୍ଯ୍ୟନ୍ତ ସେ ଇଡି କାର୍ଯ୍ୟାଳରେ ହଜାର ହେବେନି ବୋଲି ଅନୁରୋଧ କରିଥିଲେ । କଂଗ୍ରେସ ସଭାପତିଙ୍କୁ ଜୁନ୍ 18 ରେ ନୂଆଦିଲ୍ଲୀର ସାର୍ ଗଙ୍ଗା ରାମ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ଜୁନ୍ 12 ରେ ତାଙ୍କୁ କୋଭିଡ ଜଟିଳତା ସହ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଏହାପୂର୍ବରୁ ସୋନିଆ ଗାନ୍ଧୀଙ୍କୁ ମନି ଲଣ୍ଡରିଂ ମାମଲାରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ରେ ହାଜର ହେବାକୁ କୁହାଯାଇଥିଲା। ତାଙ୍କୁ ଜୁନ୍ 8 ରେ ଏଜେନ୍ସିରେ ହାଜର ହେବାକୁ କୁହାଯାଇଥିଲା, କିନ୍ତୁ ସେ ଜୁନ୍ 1 ରେ କୋଭିଡ୍ -19 ପାଇଁ ପଜିଟିଭ୍ ପରୀକ୍ଷା କରିବା ପରେ ସେ ଇଡିରୁ ସମୟ ମାଗିଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ପୁଣି ଥରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।

Related Posts