ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ରେଜଲ୍ଟକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି । ସେପଟେ ଏହାର ଫଳାଫଳ ମାର୍ଚ୍ଚ ୧୦ ତାରିଖରେ ଆସିବାକୁ ଯାଉଛି । ହେଲେ ରାଜନୈତିକ ଦଳମାନେ ପରସ୍ପର ମଧ୍ୟରେ ବୟାନବାଜି କରିବା ଆରମ୍ଭ କରିସାରିଲେଣି । ଏହା ମଧ୍ୟରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ନିର୍ବାଚନ ରେଜଲ୍ଟକୁ ଏବଂ ନିଜେ ମୁଖ୍ୟମନ୍ତ୍ରୀ ହେବା ନେଇ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଅଖିଳେଶ ଯାଦବ ମୁଖ୍ୟମନ୍ତ୍ରୀ ହେବାକୁ ତତ୍ପର ନୁହଁନ୍ତି । ଫଳାଫଳ ବାହାରିବା ପରେ ସେ ଆଗକୁ ଚିନ୍ତା କରିବେ ବୋଲି ଏସପି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି । ଏହା ସହ ବିଜେପି ମିଛ କହିବା ଛଡା ଆଉ କିଛି କରିନାହିଁ। କିନ୍ତୁ ଏଥର ଲୋକମାନେ ମୈଳିକ ସମସ୍ୟାକୁ ଧ୍ୟାନରେ ରଖି ଭୋଟ୍ ଦେଇଛନ୍ତି । ସେ କହିଛନ୍ତି ଯେ ସମାଜବାଦୀ ପାର୍ଟି ଲୋକଙ୍କ ସହଯୋଗ ପାଇଁ ଛିଡା ହୋଇଛି। ଏଥର ଜନସାଧାରଣ ବିଜେପି ବିରୋଧରେ ଥିଲେ। ଲୋକମାନଙ୍କୁ ବିଭ୍ରାନ୍ତ କରିବା ପାଇଁ ବିଜେପି କାମ କରିଛି ବୋଲି ଅଖିଳେଶ ଯାଦବ କହିଛନ୍ତି। ସେ ୟୁପି ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ଏଠାରେ କ୍ଷେପଣାସ୍ତ୍ର, ବୋମା ତିଆରି କରାଯିବ କିନ୍ତୁ ସତ୍ୟ ଏହା ହେଉଛି ଯେ ସେ ମ୍ୟାଚ ମଧ୍ୟ କରିନାହାଁନ୍ତି।

ଅଖିଳେଶ ଯାଦବ କହିଛନ୍ତି ଯେ ସମାଜବାଦୀ ପାର୍ଟି ୩୦୦ ଟି ସିଟ ଜିତିବାକୁ ଯାଉଛି। ସେପଟେ ଯେତେବେଳେ ତାଙ୍କୁ ପଚରାଗଲା ଯେ ସିଏମ ହେବା ପରେ ସେ ୟୁପିର ଗ୍ରାମାଞ୍ଚଳ ଏବଂ ସହରୀ ଲୋକଙ୍କ ପାଇଁ କ’ଣ କରିବେ ? ଏହା ଉପରେ ଅଖିଳେଶ ଯାଦବ କହିଛନ୍ତି ଯେ ମୁଁ ଏତେ ତତ୍ପର ନୁହେଁ। ମୁଁ ୧୦ ମାର୍ଚ୍ଚକୁ ଅପେକ୍ଷା କରିଛି, ଯେତେବେଳେ ଫଳାଫଳ ଆସିବ ସେତେବେଳେ ମୁଁ ଭାବିବେ ପରବର୍ତ୍ତୀ ସମୟରେ କଣ କରିବି । ଅନ୍ୟପଟେ ୟୁପିରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ମତଦାନ ସମାପ୍ତ ହେବା ପରେ ବାହାରିଥିବା ଏକଜିଟ ପୋଲ ପରେ ବିଜେପି କ୍ଷମତା ହାସଲ କରୁଥିବା ଜଣାପଡିଛି। ଏକଜିଟ ପୋଲ ଅନୁଯାୟୀ ବିଜେପି ୨୮୮ ରୁ ୩୨୬ ପାଇପାରିବ। ଅନ୍ୟପକ୍ଷରେ ସମାଜବାଦୀ ପାର୍ଟି ୭୧ ରୁ ୧୦୧ ଟି ଆସନ ପାଇବ ବୋଲି ଆକଳନ କରାଯାଇଛି। ଏ ଖବର ସାମ୍ନାକୁ ଆସିବା ପରେ ବର୍ତ୍ତମାନ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।