ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆସାମରେ ଅନୁଷ୍ଠିତ ମ୍ୟୁନିସିପାଲିଟି ନିର୍ବାଚନରେ ବିଜେପି ଚମତ୍କାର ପ୍ରଦର୍ଶନ କରିଛି। ରାଜ୍ୟ ନିର୍ବାଚନ ଆୟୋଗ ଅନୁଯାୟୀ ଜେପି ମୋଟ ୮୦ ଟି ମଧ୍ୟରୁ ୭୩ ଟି ମ୍ୟୁନିସିପାଲିଟି ସଂସ୍ଥାକୁ କବଜା କରିଛି। ସେପଟେ ରାଜ୍ୟର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏକ ବଡ଼ ନିରାଶ ହୋଇଛି। କାହିଁକିନା କଂଗ୍ରେସ ଏପର୍ଯ୍ୟନ୍ତ ଗୋଟିଏ ମଧ୍ୟ ସିଟକୁ ଅକ୍ତିଆର କରିପାରି ନାହିଁ । ଆଉ ଏକ ପୌରପାଳିକା ନିର୍ବାଚନର ଫଳାଫଳ ଆସିବାର ବାକି ରହିଛି । ସେହିପରି ମାରିଆନି ମ୍ୟୁନିସିପାଲିଟି ବୋର୍ଡରେ ୧୦ ଟି ସିଟ ମଧ୍ୟରୁ ସାତୋଟି ସିଟରେ ସ୍ୱାଧୀନ ପ୍ରାର୍ଥୀ ଜିତିଥିବା ବେଳେ ଅବଶିଷ୍ଟ ତିନୋଟି ସିଟରେ ବିଜେପି ଜିତିଛି। ଗତ ସପ୍ତାହରେ ଆସାମରେ ୮୦ଟି ମ୍ୟୁନ୍ସିପାଲଟି ସଂସ୍ଥାରେ ୯୨୦ଟି ୱାର୍ଡ଼ରେ ଭୋଟ୍ ଗ୍ରହଣ ହୋଇଥିଲା ଏହି ନିର୍ବାଚନରେ ୨୫୩୨ ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରିଥିଲେ। ତେବେ ୫୭ଟି ୱାର୍ଡ଼ରେ ବିଜେପି ନିର୍ଦ୍ଦନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ତେବେ ଆଜିର ଭୋଟ୍ ଗଣତି ଆରମ୍ଭରୁ ବିଜେପି ସବୁଠୁ ଆଗରେ ଥିଲା। ପାଞ୍ଚଟି ମ୍ୟୁନିସିପାଲିଟି ବୋର୍ଡରେ କେହି ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ପାଇନାହାଁନ୍ତି ବୋଲି ଏଏସଇସି କହିଛି ।
ବିଜେପି ୬୭୨ ୱାର୍ଡ ଜିତିଥିବାବେଳେ କଂଗ୍ରେସ ୭୧ ୱାର୍ଡ ପାଇଛି। ଅନ୍ୟମାନେ ୧୪୯ ୱାର୍ଡରେ ଜିତିଛନ୍ତି । କମିଶନଙ୍କ କହିବାନୁସାରେ, ୫୭ ୱାର୍ଡରେ ପ୍ରାର୍ଥୀ ବିନା ପ୍ରାର୍ଥୀ ହୋଇଥିଲେ। ଆସାମର ମୋଟ୍ ପୌର ଭୋଟଙ୍କ ସଂଖ୍ୟା ୧୬,୭୩,୮୮୯ ଜଣଙ୍କ ମଧ୍ୟରୁ ୮୪୧୫୩୪ ଜଣ ମହିଳା ଥିଲା ବେଳେ ୧୭ଜଣ ତୃତୀୟଲିଙ୍ଗ ଅଛନ୍ତି। ସେପଟେ ଫଳାଫଳ ଉପରେ ମନ୍ତବ୍ୟ ଦେଇ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତା ବିଶ୍ୱ ଶର୍ମା ଏହା ଏକ ବୃହତ ବିଜୟ ବୋଲି କହିଛନ୍ତି । ଏହା ଦଳକୁ ନୂତନ ଶକ୍ତି ସହିତ ପ୍ରଗତିର ଏଜେଣ୍ଡା ଅନୁସରଣ କରିବାକୁ ପ୍ରେରିତ କରିବ । ସେ ଟ୍ୱିଟରେ କହିଛନ୍ତି ଯେ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶର ଚିନ୍ତାଧାରାକୁ ନିରନ୍ତର ପ୍ରଚାର କରୁଥିବା ବିଜେପିର ଆସାମ ୟୁନିଟର କର୍ମୀ ଏବଂ ନେତାମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି। ଏହା ସହ ମ୍ୟୁନିସିପାଲିଟି ନିର୍ବାଚନରେ ବିଜେପିର ଆସାମ ୟୁନିଟ୍ ଏବଂ ଏହାର ସହଯୋଗୀ ଦଳକୁ ପୁନର୍ବାର ବିଜୟ ପ୍ରଦାନ କରିଥିବାରୁ ମୁଁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଉଛି ବୋଲି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା କହିଛନ୍ତି ।





