ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି ଅପରେସନ ଗଙ୍ଗା। ଆସନ୍ତା କାଲି ଭରିବ ଶେଷ ଉଡାଣ । ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଏହି ଅଭିଯାନ ଆରମ୍ଭ କରିଥିଲେ ସରକାର । ସ୍ୱତନ୍ତ୍ର ବିମାନରେ ଭାରତୀୟ ନାଗରିକଙ୍କୁ ୟୁକ୍ରେନରୁ ଫେରାଇ ଅଣାଯାଉଥିଲା।
ଏନଡିଟିର ରିପୋର୍ଟ ଅନୁସାରେ ୟୁକ୍ରେନରୁ ସରକାରୀ ଦଳର ଫେରିବା ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବ। ଗୁରୁବାର ସଂଧ୍ୟା ସୁଦ୍ଧା ଅପରେସନ ଗଙ୍ଗା ଅଧିନରେ ଶେଷ ଉଡାଣ ଭରିବ।
ଫେବ୍ରୁଆରୀରେ ରୁଷ-ୟୁକ୍ରେନ ଯୁଦ୍ଧ ପରେ ସରକାର ପ୍ରାୟ ୧୮ ହଜାର ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଫେରାଇ ଆଣିଛନ୍ତି । ଏଥିରେ ଅଧିକାଂଶ ଡାକ୍ତରୀ ଛାତ୍ରଛାତ୍ରୀ ଥିଲେ। ସୁମୀରେ ଫସିଥିବା ପ୍ରାୟ ୭୦୦ ଛାତ୍ରଛାତ୍ରୀଙ୍କ ଶେଷ ଗ୍ରୁପ୍ ୟୁକ୍ରେନର ପଶ୍ଚିମ ରାସ୍ତାରେ ଅଛନ୍ତି । ସୀମା ପାର ହେବା ପରେ ବିମାନ ଭାରତ ପାଇଁ ଶେଷ ଉଡାଣ ଭରିବ। ସେପଟେ ସୁରକ୍ଷିତ ଭାବେ ସ୍ବଦେଶ ଫେରିବା ପରେ ବେଶ୍ ଖୁସି ଓ ଉତ୍ସାହିତ ଅଛନ୍ତି ଛାତ୍ରଛାତ୍ରୀ।
