ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କରୋନା ପରେ ରାଜ୍ୟରେ ପୁଣିଥରେ ଆରମ୍ଭ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା । ତେବେ କରୋନାର ତୃତୀୟ ଲୋହର ପାଇଁ ଏହି ସେବାକୁ ବନ୍ଦ କରାଯାଇଥିଲା । ହେଲେ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ପୁଣି ଥରେ ଏହି ସେବା ଆରମ୍ଭ ହେବାକୁ ଯାଉଛି । ସେପଟେ ତବର୍ଷ ମାଲକାନଗିରି, ନବରଙ୍ଗପୁର, ନୂଆପଡା ଓ କଳାହାଣ୍ଡି ଜିଲ୍ଲା ଭଳି ବିଚ୍ଛିନାଞ୍ଚଳ ବାସୀଙ୍କୁ ସହଜରେ ମେଡିକାଲ ତଥା ଆମ୍ବୁଲାନ୍ସ ସେବା ଯୋଗାଇଦେବା ପାଇଁ ଆରମ୍ଭ ହୋଇଥିଲା ମୁଖ୍ୟମନ୍ତ୍ରୀ ବାୟୁ ସେବା ।

ଏହାକୁ ନେଇ ଗତ ୪ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ୪ଜିଲ୍ଲାର ସିଡିଏମ୍ଓଙ୍କ ସହିତ ଡିଏମ୍ଇଟି, ସ୍ୱାସ୍ଥ୍ୟ ନିର୍ଦେଶକ, ଔଷଧ ନିଗମ ଓ ଜାତୀୟ ସ୍ୱାସ୍ଥ୍ୟ ମିସନର ପରିଚାଳନା ନିର୍ଦେଶକଙ୍କୁ ଚିଠି ଜାରି ହୋଇଛି । ସୂଚନା ଅନୂସାରେ ଚଳିତ ମାସ ଦ୍ୱିତୀୟ ସପ୍ତାହ ପରେ ଏହି ଯୋଜନାକୁ ପୁଣିଥରେ ଆରମ୍ଭ କରିବା ଲାଗି ନିର୍ଦ୍ଦେଶ ରହିଛି । ତେବେ ମାର୍ଚ୍ଚରୁ ମେ’ମାସ ପର୍ୟ୍ୟନ୍ତ ୪ଟି ଜିଲ୍ଲାରେ ଆଗୁଆ କାର୍ୟ୍ୟସୂଚୀ ପ୍ରସ୍ତୁତ କରାଯିବ ବୋଲି ଜଣାପଡିଛି ।