ମୁଁ ନିର୍ବାଚନ ହାରିଛି, ସାହସ ନୁହଁ; ଏସପି ଛାଡ଼ି କୌଣସି ଦଳକୁ ଯିବି ନାହିଁ: ସ୍ୱାମୀ ପ୍ରସାଦ ମୌର୍ଯ୍ୟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିଛି । ସେପଟେ ବିଜେପି ଛାଡ଼ି ସମାଜବଦୀ ପାର୍ଟିରେ ମିଶିଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ମଧ୍ୟ ନିଜ ନିର୍ବାଚନ ମଣ୍ଡଳୀରେ ପରାଜୟ ବରଣ କରିଛନ୍ତି । ହେଲେ ସ୍ୱାମୀଙ୍କର ମନୋଭାବ ହ୍ରାସ ପାଇ ନାହିଁ । ତେବେ କୁସିନାଗରର ଫାଜିଲନଗର ଆସନରୁ ଏସପି ପ୍ରାର୍ଥୀ ସ୍ୱାମୀ ପ୍ରସାଦ ମୌର୍ୟ୍ୟଙ୍କୁ ବିଜେପିର ସୁରେନ୍ଦ୍ର କୁଶୱାଙ୍କ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା । ନିର୍ବାଚନ ହାରିବା ପରେ ପ୍ରଥମ ଥରକରି ସ୍ୱାମୀ ପ୍ରସାଦ ମୌର୍ଯ୍ୟ ମୁହଁ ଖୋଲିଥିବାର ଦେଖିବାକୁ ମିଳିଛି । ତେବେ ଆମେ ନିର୍ବାଚନରେ ହାରିଛୁ ସାହସ ହରାଇ ନାହୁଁ। ବିରୋଧୀ ଦଳରେ ରହି ଆମେ ପ୍ରସଙ୍ଗ ଉଠାଇବୁ। ସେ କହିଛନ୍ତି ଯେ ସମାଜବାଦୀ ପାର୍ଟିରେ ଯୋଗଦେବା ଏକ ରାଜନୈତିକ ନିଷ୍ପତ୍ତି ଏବଂ ମୁଁ ଏସପି ଛାଡି କୌଣସି ସ୍ଥାନକୁ ଯାଉନାହିଁ।

ମୁଁ ପରାସ୍ତ ହୋଇଛି, ମୁଁ ପରାଜୟର କାରଣ ବିଷୟରେ ଆଲୋଚନା କରିବି ବୋଲି ସ୍ୱାମୀ ପ୍ରସାଦ ମୌର୍ଯ୍ୟ କହିଛନ୍ତି । ଅନ୍ୟପଟେ ବିଜେପିକୁ ସାପ କହି ନିଜକୁ ନେଉଳ କହିଥିବା ବୟାନକୁ ନେଇ ସ୍ୱାମୀ ସୋସିଆଲ ମିଡିଆରେ ଖୁବ ଟ୍ରୋଲ ହେବାରେ ଲାଗିଛନ୍ତି । ସେପଟେ ସ୍ୱାମୀ ପ୍ରସାଦଙ୍କ ଝିଅ ସାଙ୍ଗମିତ୍ରା ଜଣେ ବିଜେପି ସାଂସଦ। ସଂଗମିତ୍ରା କହିଛନ୍ତି ଯେ ସେ ବିଜେପିରେ ରହିବେ। ଏନେଇ ସେ କହିଥିଲେ, ମୋ ବାପା ମୋର ପରାମର୍ଶଦାତା । ସେ ମୋର ଆଦର୍ଶ ଏବଂ ସର୍ବଦା ରହିବେ । ମୁଁ ପୁଣି ଥରେ କହୁଛି ଯେ ମୁଁ ବିଜେପିରେ ଥିଲି ଏବଂ ରହିବି। ମୋ ବାପାଙ୍କୁ ଆକ୍ରମଣ କରାଯାଇଥିଲା ତେଣୁ ମୁଁ ଆଗକୁ ଆସିଲି ବୋଲି କହିଥିଲେ ।

Related Posts