ଋଷ ପାଇଁ ବନ୍ଧୁତ୍ୱର ଦ୍ୱାହି ଦେଉଥିବା ଚୀନ୍ ଏବେ ନିଜ ଜାଲରେ ନିଜେ ଛନ୍ଦି ହେଉଛି । ଋଷ ର ୟୁକ୍ରେନ ଉପରକୁ ଆକ୍ରମଣ କୁ ନେଇ ଅନେକ ଦେଶ ଋଷ ବିରୋଧରେ କଟକଣା ଲଗାଇଥିବା ବେଳେ, କିନ୍ତୁ ଚୀନ୍ ଋଷ ପ୍ରତି ଥିବା ବନ୍ଧୁତ୍ୱର ଦ୍ୱାହି ଦେଇ ଚୁପ୍ ରହିଥିଲା । ଏପରିକି ଋଷ କୁ ସିଧା ସିଧା ସପୋର୍ଟ କରୁନଥିବା ବେଳେ, ଚୁପ୍ ରହୁଥିଲା । ତେବେ ଏବେ କିନ୍ତୁ ଶେଷରେ ଋଷିଆ ଆଗରେ ଚୀନ୍ର ବନ୍ଧୁତ୍ୱ ମୁଖା ଖୋଲି ଯାଇଛି। ୟୁକ୍ରେନ ଆକ୍ରମଣ ପରେ ଆମେରିକା ସମେତ ପାଶ୍ଚାତ୍ୟ ଦେଶମାନେ ଋଷିଆ ଉପରେ ନାନା ପ୍ରକାର କଟକଣା ଲାଗୁ କରିଛନ୍ତି। ଏହି ସବୁ କଟକଣାରେ ବୋଇଂ ର ଓ ଏୟାର ବସ୍ର କଳକବଜା ମଧ୍ୟ ଯୋଗାଣ ମଧ୍ୟ ବନ୍ଦ ହୋଇଛି। ଏଣୁ ସହାୟତା ଲାଗି ଋଷିଆ ଚୀନକୁ ହାତ ବଢାଇଥିବା ବେଳେ ସେ ମନା କରିଦେଇଛି। ଏଥିରେ ଏବେ ଋଷିଆ ତାର ପାରମ୍ପରିକ ସହଯୋଗୀ ଭାରତ ଓ ତୁର୍କି ଆଡକୁ ମୁହାଁଇପାରେ ବୋଲି ଅନୁମାନ କରାଯାଉଛି।
ଯୁଦ୍ଧ କାରଣରୁ ଆମେରିକା ଓ ପାଶ୍ଚାତ୍ୟ ଦେଶମାନେ ଋଷିଆ ଉପରେ ଏତେ କଟକଣା ଲଗାଇଛନ୍ତି ଯେ ଏହା ଆଗରେ ଉତ୍ତରକୋରିଆ ଓ ଇରାନଙ୍କ ଭଳି ଦେଶ ଅନେକ ପଛରେ ରହିଯାଇଛନ୍ତି। ଏହି ଶୃଙ୍ଖଳାରେ ବୋଇଂ ଓ ଏୟାରବସ୍ କଳକବଜା ଓ ଯନ୍ତ୍ରାଂଶ ଯୋଗାଣ ବନ୍ଦ କରିବା ଋଷିଆ ଲାଗି ନୂଆ ସମସ୍ୟା ପାଲଟିଛି। ଋଷିୟ ଏୟାରଲାଇନ୍ସ ଚଳାଇ ରଖିବାକୁ ହେଲେ ଯନ୍ତ୍ରାଂଶର ନିହାତି ଆବଶ୍ୟକତା ରହିଛି। ଏଣୁ ଋଷିଆ ଚୀନ ଆଡକୁ ମୁହାଁଇଥିବା ବେଳେ ସେ ଏପରି କୌଣସି ସହାୟତା କରିପାରିବନି ବୋଲି ସ୍ପଷ୍ଟ ଶୁଣାଇ ଦେଇଛି।
ଋଷିଆ ଫେଡେରାଲ ଏୟାର ଟ୍ରାନ୍ସପୋର୍ଟ ଏଜେନ୍ସୀ ଅଧିକାରୀ ଭାଲେରୀ କୁଡିନୋଭଙ୍କ ଅନୁସାରେ ଚୀନ ମନା କରିବା ପରେ ଏବେ ଋଷିଆ ନିଜେ ନିଜ ସମସ୍ୟାର ସମାଧାନ ବାଟ ଖୋଜିବା ଆରମ୍ଭ କରିଦେଇଛି।
