ପୋଷ୍ଟରମରାକୁ କେନ୍ଦ୍ର କରି ରାଜଧାନୀରେ ହିଂସାକାଣ୍ଡ: ଆଖିରେ ଲଙ୍କା ଗୁଣ୍ଡ ପକାଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର: ପୋଷ୍ଟରମରାକୁ କେନ୍ଦ୍ର କରି ରାଜଧାନୀରେ ଦେଖିବାକୁ ମିଳିଛି ହିଂସାକାଣ୍ଡ । ବିଳମ୍ବିତ ରାତିରେ ୪୫ନମ୍ବର ୱାର୍ଡରେ ହଣାକଟା ଘଟିଛି । ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ସମର୍ଥକଙ୍କ ଘରେ ପଶି ଆଖିରେ ଲଙ୍କାଗୁଣ୍ଡ ପକାଇ ଜଣେ ଯୁବକକୁ ହାଣି ଗୁରୁତର କରିଛନ୍ତି । ଆହତ କେନାଲ କଲୋନିର ଜିତେନ୍ଦ୍ର ଜେନା । ତାଙ୍କ ଶରୀରର ଅନେକ ସ୍ଥାନରେ ଖଣ୍ଡା ଚୋଟ ବାଜିଥିବା ବେଳେ, ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ପରେ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।

ସୂଚନା ଅନୁସାରେ, ଗତକାଲି ଖରାବେଳେ ୱାର୍ଡରେ ପୋଷ୍ଟର ମରାକୁ ନେଇ ଜିତେନ୍ଦ୍ରଙ୍କ ସହିତ ଅନ୍ୟ ଏକ ରାଜନୈତିକ ଦଳର କର୍ମୀଙ୍କ ପାଟିତୁଣ୍ଡ ହୋଇଥିଲା । ରାତି ପ୍ରାୟ ୧୧ଟା ୪୫ମିନିଟ୍ ସମୟରେ କିଛି ଲୋକ ତାଙ୍କ ଘରେ ଜୋର୍ ଜବରଦସ୍ତ ପଶିଥିଲେ । କ’ଣ ହେଲା ବୋଲି ଜିତେନ୍ଦ୍ର ଉଠି ଆସିବା ବେଳେ ସେମାନେ ତାଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇ ଦେଇଥିଲେ । ଯନ୍ତ୍ରଣାରେ ଜିତେନ୍ଦ୍ର ଚିକôାର କରୁଥିବାବେଳେ ଆକ୍ରମଣକାରୀ ମାନେ ତାଙ୍କୁ ଖଣ୍ଡାରେ ହାଣି ପକାଇଥିଲେ । ରକ୍ତାତ ହୋଇ ସେ ପଡିଯିବା ପରେ ଆକ୍ରମଣକାରୀମାନେ ସେଠାରୁ ପଳାଇଥିଲେ ।

ଏନେଇ ପୋଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related Posts