ସତ୍ୟପାଠ ବ୍ୟୁରୋ, ୧୩/୦୩: ରୁଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଥିବା ବେଳେ ସମାଧାନ ପାଇଁ ଅନ୍ତର୍ଜାତୀୟ ସମୁଦାୟର ଉଦ୍ୟମ ଜାରି ରହିଛି । ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହ ସମାଧାନ ର ସୂତ୍ର ବାହାର କରିବାପାଇଁ ପ୍ରୟାସ ଜାରି ରଖିଛନ୍ତି ଫ୍ରାନ୍ସ ର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ । ଶାନ୍ତି ପାଇଁ ଜର୍ମାନୀ ଚାନ୍ସଲର ଓଲାଫ ମଧ୍ୟ ପୁଟିନଙ୍କ ସହ କଥା ହୋଇଛନ୍ତି ।
ଯୁଦ୍ଧବିରତି ପାଇଁ ପୁଟିନଙ୍କ ନିକଟରେ ଉଭୟ ରାଷ୍ଟ୍ରମୁଖ୍ୟ ପ୍ରସ୍ତାବ ରଖିଛନ୍ତି । ଯୁଦ୍ଧ ବିରତି ଓ ଶାନ୍ତି ପ୍ରତିଷ୍ଠା ପାଇଁ ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହ ବୈଠକ କରିବାକୁ ପୁଣିଥରେ ପ୍ରସ୍ତାବ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଶାନ୍ତି ବୈଠକ ଜେରୁଜେଲମରେ କରିବା ପାଇଁ ୟୁକ୍ରେନ ରାଷ୍ଟ୍ରପତି ପ୍ରସ୍ତାବ ରଖିଛନ୍ତି । ଏହା ପୂର୍ବରୁ ୟୁକ୍ରେନ ଓ ୠଷ୍ ମଧ୍ୟରେ ୩ ଥର ବୈଠକ ବସି ସାରିଛି । ତୁର୍କୀରେ ଉଭୟ ଦେଶର ବୈଦେଶିକ ମନ୍ତ୍ରୀ ଆଲୋଚନା କରିଥିଲେ । ଇସ୍ରାଏଲ ଏହି ବୈଠକରେ ମଧ୍ୟସ୍ଥ ଭୂମିକା ନିଭାଇଥିଲା । ହେଲେ ଏହି ବୈଠକରୁ କୌଣସି ସମାଧାନ ବାହାରି ପାରି ନାହିଁ । ଶାନ୍ତି ଆଲୋଚନା ବିଫଳ ପରେ ଆକ୍ରମଣ ଜୋରଦାର କରିଛି ଋଷ। ସେପଟେ ୟୁକ୍ରେନ ଦାବି କରିଛି ଯେ ରୁଷ ସେନା ସାଧାରଣ ନାଗରିକ ସରଣସ୍ଥଳୀ ଏବଂ ହସ୍ପିଟାଲ ଆଦି ସ୍ଥାନ ଉପରେ ମିସାଇଲ ମାଡ଼ କରୁଛି।





