ବିହାର: ଗଙ୍ଗାଜଲ ଫିଲ୍ମ ର ଏକ ଦୃଶ୍ୟ ବିହାରରେ ଦେଖିବାକୁ ମିଳିଛି | ଏସପିଙ୍କୁ ବଟି ମାଗି ସସପେଣ୍ଡ୍ ହୋଇଛନ୍ତି ଥାନା ଅଧିକାରୀ, ଏହି ଘଟଣା ଏବେ ଅଂଚଳରେ ବେଶ ଚର୍ଚାର ବିଷୟ ପାଲଟିଛି |
ସୂଚନାନୁସାରେ, ବିହାରର ଶେଖପୁର ଜିଲ୍ଲାରେ ବିଭିନ୍ନ ଗାଡିମଟରରୁ ବେଆଇନ ଭାବେ ଧମକ ଦେଇ ବଟି ଆଦାୟ କରାଯାଉଥିବା ଅଭିଯୋଗ ହେଉଥିଲା । ଏନେଇ ଲୋକେ ଥାନା ଅଧିକାରୀ ରଣବୀର ପ୍ରସାଦଙ୍କ ବିରୋଧରେ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ । କିନ୍ତୁ ଏହା ନିଜ ଆଖିରେ ଦେଖିଥିଲେ ଏସପି କାର୍ତ୍ତିକେୟ ଶର୍ମା । ଏସପି କୌଣସି କାମରେ ଲାଞ୍ଚୁଆ ଥାନା ଅଧିକାରୀଙ୍କୁ ଧରିବା ପାଇଁ ସାଧାରଣ ଲୋକଙ୍କ ଭଳି ବିନା ପୋଲିସ ପୋଷାକରେ ବାଇକରେ ଯାଇଥିଲେ । ଥାନା ଅଧିକାରୀ ରଣବୀର ଏସପିଙ୍କ ବାଇକ ଅଟକାଇ ଟଙ୍କା ମାଗିଥିଲେ । ହାତ ବଢାଇ ଟଙ୍କା ମାଗିଥିଲେ । ଏହା ଦେଖି ଏସପି ଚକିତ ହୋଇଯାଇଥିଲେ । ଏହାପରେ ତୁରନ୍ତ ସେ ସଂପୃକ୍ତ ଲାଞ୍ଚୁଆ ବାବୁଙ୍କୁ ସସପେଣ୍ଡ୍ କରିଥିଲେ ।
ଏସ୍ପି କହିଛନ୍ତି ଯେ, ଥାନା ଅଧିକାରୀ ବିଭିନ୍ନ ପାହାଡରୁ ପଥର ଓ ମାଟି ନେଇ ଯାଉଥିବା ଟ୍ରକକୁ ଅଟକାଇ ବେଆଇନ ଭାବେ ଟଙ୍କା ମାଗନ୍ତି । ଏନେଇ ଅନେକ ବ୍ୟକ୍ତି ତାଙ୍କୁ ଅଭିଯୋଗ କରିଥିଲେ ।
କେବଳ ଥାନା ଅଧିକାରୀ ନୁହେଁ, ଆହୁରି ୮ ପୋଲିସ କର୍ମୀଙ୍କୁ ଏସପି ସସପେଣ୍ଡ୍ ହୋଇଛନ୍ତି । ସମସ୍ତ ପୋଲିସ କର୍ମୀ ଶେଖପୁରା ଓ ଚେହରା ଥାନା ଅଞ୍ଚଳର ଅଟନ୍ତି ।
