ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାଞ୍ଚଟି ରାଜ୍ୟରେ ହୋଇଥିବା ବିଧାନାସଭା ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଛି । ସେପଟେ କଂଗ୍ରେସର ଗଡ଼ କୁହାଯାଉଥିବା ପଞ୍ଜାବରେ ମଧ୍ୟ ଦଳର ପ୍ରଦର୍ଶନ ଖରାପ ରହିଥିଲା । ଗୋଟିଏ ପରେ ଗୋଟିଏ ରାଜ୍ୟରୁ କଂଗ୍ରେସର ହାତ ଛାଡ଼ିଯାଉଥିବାରୁ ଦଳ ମଧ୍ୟରେ ହିଁ ପରସ୍ପକୁ ନେଇ ବୟାନବାଜି ଚାଲିଛି । ଏହା ମଧ୍ୟରେ ଚରଣଜିତ ସିଂହ ଚନ୍ନୀଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି କଂଗ୍ରେସ ନେତା ସୁନିଲ ଜାଖଡ଼ । ତେବେ କଂଗ୍ରେସ ୱାର୍କିଂ କମିଟି ବୈଠକରେ ନବଜୋତ ସିଂ ସିଦ୍ଧୁ ଏବଂ ଅନ୍ୟ ନେତାମାନେ ଚରଣଜିତ ସିଂ ଚାନ୍ନିଙ୍କୁ ଏକ ସମ୍ପତ୍ତି ବୋଲି ବର୍ଣ୍ଣନା କରିଛନ୍ତି। କିନ୍ତୁ ଏହାର ପ୍ରତିକ୍ରିୟାରେ ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୁନୀଲ ଜାଖର ପରୋକ୍ଷ ଭାବେ ଦଳର ନେତ୍ରୀ ଅମ୍ବିକା ସୋନିଙ୍କୁ ଟାର୍ଗେଟ କରିଛନ୍ତି ।
ଚନ୍ନି ସମ୍ପତ୍ତି ବୋଲି ବିବୃତ୍ତିକୁ ନେଇ ସୁନୀଲ ଜାଖଡ଼ ଟ୍ୱିଟ କରି କହିଛନ୍ତି, ‘ଚନ୍ନି ଦଳ ପାଇଁ ସମ୍ପତ୍ତି – ଏହା ମଜା ନୁହେଁ ତ ଆଉ କଣ? ଭଗବାନଙ୍କୁ ଧନ୍ୟବାଦ ଦିଅନ୍ତୁ ଯେ ତାଙ୍କୁ ସିଏମ୍ ଭାବରେ ଆଗକୁ ଆଣିଥିବା ମହିଳା ତାଙ୍କୁ ଜାତୀୟ ପାଣ୍ଠି ଭାବେ ଘୋଷଣା କରିନାହାନ୍ତି । ସେ କହିଛନ୍ତି ଯେ ସେହି ମହିଳାଙ୍କ ପାଇଁ ସେ ସମ୍ପତ୍ତି ହୋଇଥାଇ ପାରନ୍ତି । କିନ୍ତୁ ଦଳ ପାଇଁ ଏକ ବୋଝ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି ।





