ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନିକଟରେ ମୁକ୍ତିଲାଭ କରିଥିବା ଦ କଶ୍ମୀର ଫାଇଲ ଫିଲ୍ମର କେଜ୍ର ସାରା ଭାରତ ବର୍ଷରେ ଦିନକୁ ଦିନ ବଢ଼ିବାରେ ଲାଗିଛି । କାଶ୍ମୀର ପଣ୍ଡିତମାନଙ୍କୁ ନେଇ ଏହି ଫିଲ୍ମଟି ନିର୍ମିତ ହୋଇଛି । ମାର୍ଚ୍ଚ ୧୧ ତାରିଖରେ ରିଲିଜ ହୋଇ ଖୁବଶୀଘ୍ର ସାରା ଦେଶରେ ଏହି ଫିଲ୍ମଟି ବେଶ ଆଦୃତ ହୋଇପାରିଛି । ଏପରିକି ରାଜ୍ୟମାନଙ୍କରେ ଏହି ଫିଲ୍ମଟିକୁ ଦେଖିବା ପାଇଁ ସରକାରୀ କର୍ମଚାରୀମାନଙ୍କୁ ସରକାର ଛୁଟି ପ୍ରଦାନ କରୁଛନ୍ତି । ଏବଂ କିଛି ରାଜ୍ୟମାନଙ୍କରେ ଏହାର ଟେକ୍ସକୁ ରାଜ୍ୟ ସରକାର ନେଉ ନାହାନ୍ତି । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଫିଲ୍ମଟିକୁ ନେଇ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ନିବନିର୍ମିତ ଫିଲ୍ମ କାଶ୍ମୀର ଫାଇଲ ଦେଖିବା ପାଇଁ ବିଜେପି ସଂସଦୀୟ ବୈଠକରେ ଏକତ୍ରିତ ହୋଇଥିବା ସମସ୍ତ ମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କାହିଁକିନା ଏପରି ଘଟଣା ଆଗରୁ କେବେ ଘଟିନଥିଲା ।
ଅର୍ଥାତ କୌଣସି ଫିଲ୍ମକୁ ପ୍ରଧାନମନ୍ତ୍ରୀ ମନ୍ତ୍ରୀମାନଙ୍କୁ ଦେଖିବାକୁ କୌଣସି ସଭାରେ ପରାମର୍ଶ ଦେଇନାହାନ୍ତି । କେବଳ ଏତିକି ନୁହେଁ ବରଂ କାଶ୍ମୀର ଫାଇଲ ଫିଲ୍ମଟି ବହୁତ ଭଲ ଫିଲ୍ମ ଅଟେ । ଆପଣ ସମସ୍ତେ ଏହାକୁ ଦେଖିବା ଉଚିତ୍। ଏହିପରି ଅଧିକ ଚଳଚ୍ଚିତ୍ର ନିର୍ମାଣ କରାଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଅନ୍ୟପଟେ ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ କାଶ୍ମୀର ଫାଇଲଗୁଡ଼ିକ ମାର୍ଚ୍ଚ ୧୧ ରେ ମୁକ୍ତିଲାଭ କରିଥିଲା। ମାର୍ଚ୍ଚ ୧୨ ରେ ନିର୍ଦ୍ଦେଶକ ବିବେକ ରଂଜନ ଅଗ୍ନିହୋତ୍ରୀ, ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ପଲ୍ଲବୀ ଯୋଶୀ ଏବଂ ଫିଲ୍ମର ନିର୍ମାତା ଅଭିଷେକଙ୍କ ସମେତ ଫିଲ୍ମର ଟିମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇ ଫିଲ୍ମକୁ ପ୍ରଶଂସା କରିଥିଲେ।
