୧୮ ମହିଳାଙ୍କ ରସିକିଆ ସ୍ୱାମୀ ରମେଶ ସ୍ୱାଇଁର ସବୁ ମିଛ ଉପରୁ ଆଜି ଉଠିବ ପରଦା | ଆଜି ହେବ ମିଛଧରା ପରୀକ୍ଷା । ଝାରପଡା ଜେଲରୁ ଆଣି ରାଜ୍ୟ ଫୋରେନସିକ ଲାବକୁ ରମେଶକୁ ଆଣିବ ପୁଲିସ । ମହିଳାଙ୍କୁ ବିବାହ, ଡାକ୍ତରୀ ପାଠ ପଢା ନାଁରେ ଠକେଇ, ଚାକିରି କରାଇଦେବା ନାଁରେ ଚୂନା ଲଗାଇବା ସହିତ ଅନେକ ବ୍ୟବସାୟୀଙ୍କୁ ଠକେଇ କରିଥିବା ଅଭିଯୋଗ ରହିଛି ଏହି ନକଲି ଡାକ୍ତରଙ୍କ ନାଁରେ ।
୧୩ ଦିନିଆ ରିମାଣ୍ଡରେ ପୁଲିସ ରମେଶକୁ ଆଣିଥିବା ବେଳେ, ସମୂର୍ଣ୍ଣ ତଥ୍ୟ ଓ ପ୍ରମାଣ ଯୋଗାଡ କରିବାରେ ସଫଳ ହୋଇନଥିଲା ପୁଲିସ । ଏହାପରେ ମିଛଧରା ପରୀକ୍ଷା ପୁଲିସ ପାଇଁ ଶେଷ ଅସ୍ତ୍ର ଥିଲା ।
ଗତକାଲି ରମେଶ ସ୍ୱାଇଁର ପ୍ରଥମ ପତ୍ନୀଙ୍କୁ ପୁଲିସ ଜେରା କରିଥିଲା । ଏହି ସମୟରେ ପୁଲିସ ୯୦ଟି ପ୍ର୍ଶ୍ନ ପ୍ରସ୍ତୁତ କରିଥିବା ସୂଚନା ରହିଛି ।
ସୂଚନାଯୋଗ୍ୟ ଯେ, ନକଲି ଡାକ୍ତରର ପରିଚୟ ଦେଇ ୧୮ଜଣ ମହିଳାଙ୍କୁ ବିବାହ କରିଥିଲେ ରମେଶ । ଛତିଶଗଡ଼, ଆସାମ, ଓଡ଼ିଶାରୁ ଆଉ ୩ ପତ୍ନୀଙ୍କର ସନ୍ଧାନ ମିଳିଛି । ସେହିପରି ଗୌହାଟିର ଜଣେ ମହିଳା ଡାକ୍ତର, ଛତିଶଗଡ଼ର ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଓ ଓଡ଼ିଶାରେ ଜଣେ ଉଚ୍ଚଶିକ୍ଷିତା ମହିଳାଙ୍କୁ ବିବାହ କରିଥିବା ସୂଚନା ମିଳିଛି । କେବଳ ସ୍ତ୍ରୀଙ୍କୁ ନୁହେଁ ଚାକିରି କରାଇଦେବା ନାଁରେ ସେ ବହୁ ଲୋକଙ୍କୁ ବି ଠକିଛନ୍ତି । ଖାଲି ମହିଳାଙ୍କୁ ନୁହେଁ ଅନେକ ଛାତ୍ରଙ୍କୁ MBBSରେ ସିଟ୍ ଦେବେ କହି ବି ସେ ଠକି ନେଇଛନ୍ତି ଲକ୍ଷାଧିକ ଟଙ୍କା।





