ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ପରିବାର ଉପରୁ ଯେମିତି ବିବାଦ ଛାଡିବାର ନାଁ ଧରୁନି | ସ୍ୱାମୀ ରାଜ କୁନ୍ଦ୍ରାଙ୍କ ପାରେ ଏବେ ମା’ ସୁନନ୍ଦାଙ୍କୁ ନେଇ ଚିନ୍ତାରେ ଶିଳ୍ପା । ମା’ ସୁନନ୍ଦାଙ୍କ ବିରୋଧରେ ଏକ ଅଦାଲତା ମଙ୍ଗଳବାର ୱାରେଣ୍ଟ ଜାରି କରିଥିବା ବେଳେ, ତାଙ୍କ ବିରୋଧରେ କଥିତ ରୂପେ ଠକେଇ କରିଥିବା ଅଭିଯୋଗ ରହିଛି।
ସୂଚନା ମୁତାବକ, ଶିଳ୍ପାଙ୍କ ମା’ ସୁନନ୍ଦାଙ୍କ ବିରୋଧରେ ୨୧ ଲକ୍ଷ ଟଙ୍କାର ଋଣ ପରିଷୋଧ କରିନଥିବା ଅଭିଯୋଗ ରହିଛି। ଏହି ଠକେଇ ମାମଲାରେ ପୂର୍ବରୁ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ଆର୍ ଆର୍ ଖାନ୍ ଶିଳ୍ପା, ତାଙ୍କ ମା’ ସୁନନ୍ଦା ଓ ଭଉଣୀ ଶମିତାଙ୍କୁ ସମନ ଜାରି କରିଥିଲେ। ତେବେ ଏହି ସମନକୁ ଚ୍ୟାଲେଞ୍ଜ କରି ଶେଟ୍ଟୀ ପରିବାର ସ୍ୱତନ୍ତ୍ର କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାରେ ସୋମବାର ସ୍ୱତନ୍ତ୍ର କୋର୍ଟ ଶିଳ୍ପା ଏବଂ ଶମିତାଙ୍କ ବିରୋଧରେ ଜାରି ହୋଇଥିବା ସମନ ଉପରେ ରୋକ୍ ଲଗାଇ ଦେଇଛନ୍ତି। କିନ୍ତୁ ତାଙ୍କ ମା’ଙ୍କୁ ଅଶ୍ୱସ୍ତି ଦେଇନାହାନ୍ତି।
ଅଭିଯୋଗ ମୁତାବକ, ୨୦୦୭ ଜାନୁଆରୀରେ ଶିଳ୍ପାଙ୍କ ଦିବଙ୍ଗତ ବାପା ସୁରେନ୍ଦ୍ର ଶେଟ୍ଟୀଙ୍କୁ ଜଣେ ବ୍ୟବସାୟୀଙ୍କୁ ସୁଧ ସହ ଟଙ୍କା ଦେବାର ଥିଲା। ଶିଳ୍ପାଙ୍କ ବାପା ଉକ୍ତ ବ୍ୟବସାୟୀଙ୍କଠାରୁ ୧୮ବର୍ଷ ବୟସରେ ବାର୍ଷିକ ସୁଧ ହାରରେ ଋଣ ନେଇଥିଲେ। ତେବେ ତାଙ୍କ ମୃତ୍ୟୁ ପରେ ଶିଳ୍ପା, ଶମିତା ଏବଂ ସୁନନ୍ଦା ୨୦୧୫ ରେ ସେମାନଙ୍କ ବାପା ଋଣ ନେଇଥିବା ଟଙ୍କା ଫେରସ୍ତ କରିବାରେ ବିଫଳ ହୋଇଥିଲେ। ବ୍ୟବସାୟୀ ଶିଳ୍ପା, ଶମିତା ଏବଂ ସେମାନଙ୍କ ମା’ ଏହି ଋଣ ପରିଷୋଧ କରିବାରକୁ ମନା କରିଦେଇଥିବା ବ୍ୟବସାୟୀ ଜଣକ ଅଭିଯୋଗ କରିଛନ୍ତି।





