ନିଜ ଦଳର ନେତା ଙ୍କ ପାଇଁ ମଧ୍ୟ ନୋ ଟଲେରାନ୍ସ ନୀତି ଆପଣାଇଛି ବିଜୁ ଜନତା ଦଳ | ନିଜ ଦଳକୁ ସ୍ଵଛ ରଖିବା ନେଇ ଆଜି ୨ ନେତାଙ୍କୁ ବିଧିବଦ୍ଧ ଭାବେ ନିଜ ଦଳରୁ ବିତାଡିତ କରିଛନ୍ତି ବିଜେଡି ସୁପ୍ରିମୋ | ଦଳ ବିରୋଧୀ କାର୍ଯ୍ୟ କରିବା ଦୁଇ ନେତାଙ୍କ ଭାରି ପଡିଛି | ଫଳରେ ଆକ୍ସନ ମୁଡ଼ ରେ ଆସି ଆଠମଲ୍ଲିକ ଏନ୍‌ଏସ୍‌ସିର ନିହାର ହୋତା ଓ ସନ୍ତୋଷ ହୋତାଙ୍କୁ ନିଲମ୍ବନ କରିଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ଏନେଇ ଦଳ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଖବର ଅନୁଯାୟୀ, ଏହି ଦୁହିଁଙ୍କ ନାଁରେ ଦଳ ବିରୋଧୀ କାର୍ଯ୍ୟ ନେଇ ଅଭିଯୋଗ ଆସିଥିଲା । ଏହାପରେ ଦଳ ପକ୍ଷରୁ ଆରମ୍ଭ ହୋଇଥିଲା ଖୋଲତାଡ଼ । ଶେଷରେ ବୁଧବାର ଦିନ ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଆଠମଲ୍ଲିକ ଏନ୍‌ଏସ୍‌ସିର ନିହାର ହୋତା ଓ ସନ୍ତୋଷ ହୋତାଙ୍କୁ ନିଲମ୍ବନ କରିଛନ୍ତି । ଏହି ଆଦେଶକୁ ତତ୍କାଳ ଲାଗୁ କରିବା ପାଇଁ ନୋଟିସ ରେ ନିର୍ଦେଶ ଜାରି କରାଯାଇଛି |