ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ସଂଖ୍ୟା ଗରିଷ୍ଠତା ହାସଲ କରିଛି । ଯୋଗୀ ଆଦିତ୍ୟନାଥ ଦ୍ୱିତୀୟଥର ପାଇଁ ୟୁପିର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଏହା ମଧ୍ୟରେ ଯୋଗୀଙ୍କ ଶପଥ ଗ୍ରହରେ ଉତ୍ସବରେ ୪୫ ହଜାର ଅତିଥି ଆସିବାର କଥା ସାମ୍ନାକୁ ଆସିଛି । ଏଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ତେବେ ଇକାନା ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ । ସେପଟେ ଏହି କାର୍ଯ୍ୟକ୍ରମ ପାଇଁ ୨୦୦ ଭିଭିଆଇପି ଅତିଥିଙ୍କ ତାଲିକା ପ୍ରସ୍ତୁତ କରାଯାଇଛି ।
ଏହି ତାଲିକାରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧ ବାଦ୍ରା, ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ମୁଲାୟମ ସିଂ ଯାଦବ, ବିଏସପି ସୁପ୍ରିମୋ ମାୟାବତୀ ସମେତ ସମସ୍ତ ବିରୋଧୀଦଳର ନେତାଙ୍କ ନାମ ରହିଥିବାର ସୂଚନା ମିଳିଛି । କେବଳ ଏତିକି ନୁହେଁ ବରଂ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ନୀତିରୁ ଉପକୃତ ହୋଇଥିବା ଉତ୍ତରପ୍ରଦେଶର ହିତାଧିକାରୀମାନଙ୍କୁ ମଧ୍ୟ ଏହି ଉତ୍ସବକୁ ନିମନ୍ତ୍ରଣ କରାଯିବାର ଯୋଜାନା କରାଯାଉଥିବାର ସୂଚନା ମିଳିଛି ।
