ରାଜ୍ୟସଭା ନିର୍ବାଚନରେ ଆପର ପଞ୍ଜାବ ପ୍ରାର୍ଥୀ ହେବାକୁ ଯାଉଛନ୍ତି ହରଭଜନ ସିଂ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତର ପୂର୍ବତନ କ୍ରିକେଟର ହରଭଜନ ସିଂ ଚଳିତ ବର୍ଷ ରାଜ୍ୟସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟିର ପଞ୍ଜାବ ପ୍ରାର୍ଥୀ ହେବେ ବୋଲି ଦଳ ଘୋଷଣା କରିଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ଚଳଚଞ୍ଚଳ ହୋଇଉଠିଛି । ଆମ ଆଦମୀ ପାର୍ଟି ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟସଭାରେ ପାଞ୍ଚଟି ସିଟ୍ ପାଇବାକୁ ଯାଉଛି। ସେପଟେ ଏହା ପୂର୍ବରୁ ହରଭଜନ ସିଂହଙ୍କ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା ।

ଅନ୍ୟପଟେ ଷ୍ଟାଣ୍ଡ ଅପ୍ କମେଡି ଜଗତରୁ ରାଜନୀତିରେ ପ୍ରବେଶ କରିଥିବା ଭଗୱନ୍ତ ମାନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାର କିଛି ଘଣ୍ଟା ପରେ ପୂର୍ବତନ କ୍ରିକେଟର ହରଭଜନ ସିଂହ ଦଳର ରାଜ୍ୟସଭା ପ୍ରାର୍ଥୀ ହେବେ ବୋଲି ଘୋଷଣା କରାଯାଇଛି । ଏଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts