ବିପୁଳ ସମର୍ଥନ ସହ ପଞ୍ଜାବରେ ସରକାର ଗଢ଼ିଛି ଆପ୍। ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ଭାବେ ଭଗୱନ୍ତ ମାନ ଶପଥ ସମାରୋହ ଶେଷ ହୋଇଥିବା ବେଳେ ପଞ୍ଜାବ ରାଜ୍ୟର ନୂଆ କ୍ୟାବିନେଟ୍‌ରେ ଜଣେ ନେତ୍ରୀଙ୍କ ସମେତ ‘ଆମ୍‌ ଆଦ୍‌ମୀ ପାର୍ଟି’ର ୧୦ଜଣ ବିଧାୟକ ମନ୍ତ୍ରୀରୂପେ ଶପଥ ଗ୍ରହଣ କରିଛନ୍ତି। ତେବେ ଏମଧ୍ୟରେ ନବନିଯୁକ୍ତ ଆଡଭୋକେଟ୍ ଜେନେରାଲଙ୍କୁ ଦାୟିତ୍ବ ମିଳିବା ପରେ ୧ଟଙ୍କା ଦରମା ନେବି। ସରକାରଙ୍କ ଉପରେ ଚାପ ପକାଇବିି ନାହିଁ‌ ବୋଲି କହିଛନ୍ତି । ଏବେ ତାଙ୍କର ଏହି ମନ୍ତବ୍ୟ କୁ ଚର୍ଚ୍ଚା ଜୋର ଧରିଛି ।

ସେ କହିଛନ୍ତି ଯେ, କେବଳ ୧ଟଙ୍କା ଆଇନଗତ ଫି’ ଭାବରେ ଗ୍ରହଣ କରିବେ। ସରକାରଙ୍କ ସହ ମିଶି କାର୍ଯ୍ୟ କରିବା ସହ ସମ୍ପୂର୍ଣ୍ଣ ସ୍ୱଚ୍ଛତା ସହିତ ମାମଲାର ପରିଚାଳନା କରିବେ। ଦରମା ପାଇଁ ସେ ରାଜ୍ୟ ଉପରେ ଚାପ ପକାଇବେ ନାହିଁ।

ଜଣେ ଆଇନଜୀବୀ ଭାବରେ ତାଙ୍କର ଦୀର୍ଘ ଏବଂ ସମ୍ମାନଜନକ କ୍ୟାରିଅର୍ ସମୟରେ ଅନମୋଲ ରତ୍ତନ ସିଦ୍ଧୁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ସାମ୍ବିଧାନିକ, ଅପରାଧିକ, ଜମିଜମା ଭଳି ଅତ୍ୟନ୍ତ ସମ୍ବେଦନଶୀଳ ସରକାରୀ ତଥା ବ୍ୟକ୍ତିଗତ ମାମଲାର ପରିଚାଳନା କରିଛନ୍ତି। ଅସାଧାରଣ ସାମାଜିକ ସେବା ପାଇଁ ପଞ୍ଜାବର ସର୍ବୋଚ୍ଚ ନାଗରିକ ସମ୍ମାନ ପରମାନ ପତ୍ର ଦ୍ବାରା ତାଙ୍କୁ ସମ୍ମାନିତ କରାଯାଇଛି। ମେ ୧, ୧୯୫୮ରେ ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିବା ଅନମୋଲ ଗାଁରେ ସ୍କୁଲ ପାଠ୍ୟକ୍ରମ ଶେଷ କରି ୧୯୭୫ ମସିହାରେ ଚଣ୍ଡିଗଡ଼କୁ ସ୍ଥାନାନ୍ତରିତ ହୋଇଥିଲେ। ଏହା ପରେ ସେ ସେକ୍ଟର -୧୧ରେ ଥିବା ଚଣ୍ଡିଗଡ଼ ସରକାରୀ କଲେଜରେ ନାଁ ଲେଖାଇଥିଲେ। ପରେ ସେ ପଞ୍ଜାବ ବିଶ୍ବବିଦ୍ୟାଳୟରେ ଆଇନ ପାଠ ପଢ଼ି ୧୯୮୫ରେ ସେ ଆଇନଜୀବୀ ଭାବେ ନିଜର ଯାତ୍ରା ଆରମ୍ଭ କରିଥିଲେ।

ଏବେ ତାଙ୍କର ଏହି ଭଳି ନିଷ୍ପତି କୁ ନେଇ ଚର୍ଚ୍ଚା ଜୋର ଧରିଛି।