ନିର୍ବାଚନ ପରବର୍ତ୍ତୀ ହିଂସା: ନବ ନିର୍ବାଚିତ ସରପଞ୍ଚଙ୍କ ଦୃଢ଼ ସମର୍ଥକଙ୍କୁ ଗୋଡେଇ ଗୋଡେଇ ହତ୍ୟା କଲେ ଦୁର୍ବୃତ୍ତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଗାଁରରେ ବିଭତ୍ସ ହତ୍ୟା । ଜଣେ ଯୁବକକୁ ଗାଁ ଦାଣ୍ଡରେ ସଂଘବଦ୍ଧ ଭାବେ ଗୋଡ଼ାଇ ଗୋଡ଼ାଇ ବିଭତ୍ସ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୁତ ଯୁବକ ମୋଟଙ୍ଗା ଗାଁର ବିକାଶ ନାୟକ ବୋଲି ଜଣାପଡିଛି । ପୋଲିସ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଶନିବାର ରାତି ପ୍ରାୟ ୧୦ଟା ସମୟରେ ଏହି ହତ୍ୟାକାଣ୍ଡ ଘଟିଛି । ପୂର୍ବ ଶତ୍ରୁତାରୁ ମୋଟଙ୍ଗା ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି କିଛି ଯୁବକ। ବିକାଶ ଙ୍କୁ ଧାରୁଆ ଅସ୍ତ୍ରରେ ହାଣି ଅତି ବିଭତ୍ସ ଭାବେ ହତ୍ୟା କରାଯାଇଛି। ହତ୍ୟାକାଣ୍ଡ ଘଟାଇ ଅଭିଯୁକ୍ତ ମାନେ ଫେରାର ହୋଇଯାଇଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଏହି ହତ୍ୟାକାଣ୍ଡରେ ଅନ୍ୟୁନ ୧୦ଜଣ ସାମିଲ ଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣା ପଡିନଥିଲେ ମଧ୍ୟ ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ମୃତ ବିକାଶ ନାୟକ ମୋଟଙ୍ଗା ପଂଚାୟତର ନବ ନିର୍ବାଚିତ ସରପଞ୍ଚଙ୍କ ଦୃଢ଼ ସମର୍ଥକ । ସେ ବନ୍ଦ ହୋଇ ପଡ଼ିଥିବା ସ୍ଥାନୀୟ ରୁଙ୍ଗଟା କାରଖାନା ଶ୍ରମିକ ସଂଘର ସଭାପତି ଥିଲେ । ରାଜନୈତିକ ଶତ୍ରୁତା କାରଣରୁ ତାଙ୍କୁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତ ରୁ ଜଣା ପଡିଛି।

Related Posts