ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏଣିକି ଆମେରିକା ବାୟୁସେନାର ୟୁପିଫର୍ମ ପିନ୍ଧିଥିବାବେଳେ ତିଳକ ଲଗାଇପାରିବେ ଭାରତୀୟ ବଂଶୋଦ୍ଭବ । ତେବେ ଭାରତୀୟ ବଂଶୋଦ୍ଭବ ଦର୍ଶନ ଶାହ ୟୁନିଫର୍ମ ପିନ୍ଧିଥିବା ବେଳେ ମଧ୍ୟ ତିଳକ ଲଗାଇ ପାରିବେ ବୋଲି ଅନୁମତି ପାଇଛନ୍ତି। ଏ ଖବରଟି ସାମ୍ନାକୁ ଆସିବା ପରେ ସାରା ବିଶ୍ୱରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସେପଟେ ଦର୍ଶନ ଶାହା ୟୁନିଫର୍ମ ପିନ୍ଧିଲାବେଳେ ଧାର୍ମିକ କଟକଣା ଲାଗୁ କରା ନ ଯାଉ ବୋଲି ସେ ନିବେଦନ କରିଥିବା ଖବର ଅନ୍ଲାଇନ୍ ଗ୍ରୁପ୍ ଚାଟ୍ରେ ପ୍ରସାରିତ ହେବା ପରେ ବିଶ୍ବବ୍ୟାପୀ ଶାହଙ୍କ ପ୍ରତି ସମର୍ଥନ ମିଳିଥିଲା।

ଅନ୍ୟପଟେ ଟେକ୍ସାସ୍, କାଲିଫର୍ଣ୍ଣିଆ, ନିଉଜର୍ସି ଏବଂ ନ୍ୟୁୟର୍କରେ ଥିବା ମୋର ବନ୍ଧୁମାନେ ଓ ମୋ ବାପାମାଆ ମୋ ପାଖକୁ ବାର୍ତ୍ତା ପଠାଉଛନ୍ତି। ବାୟୁସେନାରେ ଏଭଳି କିଛି ନିଷ୍ପତ୍ତି ନିଆଯାଇଥିବାରୁ ସେମାନେ ବେଶ୍ ଆନନ୍ଦିତ। ଏଇଟା ଗୋଟାଏ ନୂଆ କଥା। ଏଭଳି କଥା ମୁଁ ପୂର୍ବରୁ କେବେ ଶୁଣି ନ ଥିଲି କି, ସମ୍ଭବପର ବୋଲି କଳ୍ପନା କରି ନ ଥିଲି, କିନ୍ତୁ ତାହା ସମ୍ଭବ ହେଲା ବୋଲି ଭାରତୀୟ ବଂଶୋଦ୍ଭବ ଦର୍ଶନ ଶାହ କହିଛନ୍ତି । ସେପଟେ ଧାର୍ମିକ କଟକଣା ଉଠାଇବା ପାଇଁ ଶାହ ‘ବେସିକ୍ ମିଲିଟାରି ଟ୍ରେନିଙ୍ଗ୍’ ସମୟରୁ ଉଦ୍ୟମ କରୁଥିବାର ସୂଚନା ମିଳିଛି ।