ପୁରୀରେ ବାର୍ଡ ଫ୍ଲୁ, 10 ଟିମ୍‌ ଆରମ୍ଭ କଲେ କୁକୁଡ଼ା ମରା ଅଭିଯାନ

ମଧ୍ୟାହ୍ନ ଭୋଜନରେ ସ୍କୁଲ ପିଲାଙ୍କୁ ଅଣ୍ଡା ବନ୍ଦ

ପୁରୀ କୃଷ୍ଣପ୍ରସାଦ ବ୍ଲକରେ ଆରମ୍ଭ ହୋଇଛି କୁକୁଡ଼ା ମରା ଅଭିଯାନ । 5ଟି ଟିମ୍‌ କୁକୁଡ଼ା ମରା ଅଭିଯାନରେ ଲାଗିଛନ୍ତି । ଆଉ 3ଟି ଟିମ୍‌ ସର୍ଭେଲାନ୍‌ସ ପାଇଁ ନିୟୋଜିତ ଅଛନ୍ତି ଓ 2ଟି ଟିମ୍‌କୁ ରିଜର୍ଭ ରଖାଯାଇଛି । ଏ ନେଇ ସଂପୃକ୍ତ ଅଞ୍ଚଳରେ ଡାକବାଜି ଯନ୍ତ୍ର ଦ୍ବାରା ଲୋକଙ୍କୁ ସଚେତନ କରାଯାଇଛି । କୁକୁଡ଼ା ବିକ୍ରି ଓ ଚିକେନ୍‌ ଖାଦ୍ୟ ସବୁକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ପୋଲିସ ସହାୟତାରେ ଫାର୍ମଗୁଡ଼ିକୁ ବନ୍ଦ କରିଦିଆଯାଇଛି । କୃଷ୍ଣପ୍ରସାଦ ବ୍ଲକ୍‌ରେ ମଧ୍ୟାହ୍ନ ଭୋଜନରେ ସ୍କୁଲ ଗୁଡିକରେ ଅଣ୍ଡାକୁ ବନ୍ଦ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲାପାଳ । ଶୁକ୍ରବାର ସକାଳେ ବି କୃଷ୍ଣପ୍ରସାଦରେ କାଉ ଓ ଚିଲ ମରିପଡ଼ିଥିବାର ଦେଖିବାକୁ ମିଳିଛି ।

କୁକୁଡ଼ାଙ୍କୁ ମାରିବା ବେଳେ ସପୃକ୍ତ ଅଞ୍ଚଳରେ 1 କିଲୋମିଟର ଭିତରେ ଲୋକଙ୍କ ଚଳପ୍ରଚଳ ବାରଣ କରାଯାଇଛି । କୁକୁଡ଼ା ମରା ଯିବା ପରେ ବଡ଼ ବଡ଼ ଗାତରେ ଚୁନ, ଫିନାଇଲ ଓ ବ୍ଲିଚିଂ ପକାଯାଇ ପୋତିବା ପାଇଁ ବ୍ୟବସ୍ଥା କରାଯାଇଛି ।

Related Posts