ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତ ଷଡ଼ଙ୍ଗୀ ଓ ନବ ନିର୍ବାଚିତ ମେୟର ସୁଲୋଚନା ଦାସ ରାଜଧାନୀ ଭୁବନେଶ୍ବରର ବିକାଶ ପାଇଁ ପରସ୍ପରର ସହଯୋଗ ଲୋଡ଼ିଚନ୍ତି । ବିକାଶ ପାଇଁ ସମସ୍ତଙ୍କର ସହଯୋଗ ଦରକାର। ସମେସ୍ତ ସେବା ମନୋଭାବ ନେଇ କାମ କଲେ ଭୁବନେଶ୍ବରର ବିକାଶ ହୋଇପାରିବ ସମ୍ଭବ ବୋଲି କହିଛନ୍ତ ସାଂସଦ ଅପରାଜିତା ଷଡ଼ଙ୍ଗୀ ।
ଶ୍ରୀମତୀ ଦାସ କହିଛନ୍ତି ଯେ, ଭୁବନେଶ୍ୱର ସାଂସଦ, ପୂର୍ବରୁ ଏଠାରେ କମିସନର ଥିଲେ। ତାଙ୍କର ବହୁତ ଅଭିଜ୍ଞତା ରହିଛି। ଗୋଟେ ଗଠନମୂଳକ ଭୁବନେଶ୍ୱର ବା ଉନ୍ନତ ଭୁବନେଶ୍ୱର ହେଉ ଏଥିପାଇଁ ଯିଏ ମତାମତ ଦେବ ତାହା ସ୍ୱାଗତଯୋଗ୍ୟ। ଏହା ଏକ ଟିମ ୱାର୍କ, ମେୟର କିମ୍ବା କର୍ପୋରେଟର ଚାହିଁଲେ କିଛି ହେବନି। ସମସ୍ତେ ମିଶିକରି କାମ କାରିବାକୁ ପଡିବ ସେଥିପାଇଁ ସାଂସଦଙ୍କ ସହଯୋଗ ଆମେ କାମନା କରିବୁ। ତାଙ୍କ ପ୍ରତି ମୋର ସମ୍ମାନ ରହିଛି।
ଭୁବନେଶ୍ୱର ଉନ୍ନତି ଏକ ସାମୁହିକ ଦାୟିତ୍ୱ। ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ସମସ୍ତ ନବ ନିର୍ବାଚିତ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା ସହ, ସମସ୍ତେ ଏକତ୍ରିତ ହୋଇ କାମ କରିବା ପାଇଁ ଉତ୍ସାହିତ କରିଚନ୍ତି । ଜଗନ୍ନାଥଙ୍କ ରଥକୁ ଜଣେ ଲୋକ ଟାଣେ ନାହିଁ, ସମସ୍ତଙ୍କୁ ମିଶି ଟାଣିବାର ଅଛି।
