ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଚଳିତଥର ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଠନ କରିଛି । ସେପଟେ ଯୋଗୀ ଆଦିତ୍ୟନାଥ ଦ୍ୱିତୀୟଥର ମୁଖ୍ୟମନ୍ତ୍ରୀ ହେବା ପରେ ଅପରାଧୀଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି । କାଳେ ପୁଲିସ ଏନକାଉଣ୍ଟର କରିଦେବ କହି ଅନେକ ଅପରାଧୀ ଆତ୍ମସମର୍ପଣ କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ଇଜଣ ଲୁଟେରା ହାତରେ ପୋଷ୍ଟର ଧରି ମୈନପୁରୀ ଏସପି ଅଫିସରେ ଆତ୍ମସମର୍ପଣ କରିଛନ୍ତି । ତେବେ ସେମାନେ ପୋଷ୍ଟରରେ ଯାହା ଲେଖିଛନ୍ତି ତାହା ଏବେ ଚର୍ଚ୍ଚାରେ ।
ତେବେ ସେମାନେ ହାତରେ ପୋଷ୍ଟର ଧରିଥିଲେ । ଯେଉଁଥିରେ ଲେଖାଥିଲା ଯେ, ‘ଆମେ ଲୁଟେରା, ଆମରୁ ଜେଲ ପଠାଇ ଦିଅ..ନହେଲେ ପୋଲିସ ଆମର ଏନକାଉଣ୍ଟର କରିଦେବ’ । ଏହି ଦୁଇ ଲୁଟେରା ମୈନପୁରୀର କିଶାନୀ ଅଞ୍ଚଳରେ ଚୋରି କରିଥିଲେ । ଏହାପରେ ସେମାନେ ଫେରାର ହୋଇଯାଇଥିଲେ । ପୋଲିସ ସେମାନଙ୍କୁ ଖୋଜୁଥିଲେ ବି ସନ୍ଧାନ ମିଳିନଥିଲା । ତେବେ ଯୋଗୀ ଦ୍ୱିତୀୟ ଥର ସରକାର ଗଠନ ପରେ ସେମାନଙ୍କୁ କାଳେ ପୋଲିସ ଏନକାଉଣ୍ଟର କରିବ, ସେ ଭୟରେ ଆତ୍ମସମର୍ପଣ କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।





