ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟସଭା ଯିବା କଥାକୁ ପ୍ରତ୍ୟାଖ୍ୟାନ କଲେ ନିତୀଶ କୁମାର । ତେବେ ବିଗତ କିଛି ଦିନ ହେବ ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ରାଜ୍ୟସଭାକୁ ଯିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହା ମଧ୍ୟରେ ରାଜ୍ୟସଭା ଯିବା ନେଇ ନୀତିଶ କୁମାର ମୁହଁ ଖୋଲିଥିବାର ଦେଖିବାକୁ ମିଳିଛି । ତେବେ ମୁଁ ଏଭଳି ଖବର ପଢ଼ି ଆଶ୍ଚର୍ଯ୍ୟ । ଏମିତି ମିଥ୍ୟା ଖବର କିଏ ଭାଇରାଲ କରୁଛି ତାହା ଜଣାନାହିଁ । କିନ୍ତୁ ଗଚ୍ଚମାଧ୍ୟରେ ଯାହା ପ୍ରକାଶିତ ହୁଏ, ତାହା ପଢ଼ି ମୁଁ ଆଶ୍ଚର୍ଯ୍ୟ । ଅର୍ଥାତ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ଯିବା କଥାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।
ସେପଟେ ଅତୀତରେ ନୀତିଶ କୁମାର ତାଙ୍କର ଦୀର୍ଘ ରାଜନୈତିକ କ୍ୟାରିୟରରେ ଥରେ ମଧ୍ୟ ରାଜ୍ୟସଭାକୁ ନଯିବା ବିଷୟରେ ଉଲ୍ଲେଖ କରିଥିଲେ । ଏହି ବିଷୟରେ କଳ୍ପନାଜଳ୍ପନା ଚଲିଥିଲା ଯେ ସେ ବିହାର ରାଜନୀତି ଛାଡ଼ି ବର୍ତ୍ତମାନ ରାଜ୍ୟସଭାକୁ ଯିବେ । ହେଲେ ନୀତିଶ କୁମାରଙ୍କ ବୟାନ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇଛି ।
