ସମ୍ବଲପୁର: ସମ୍ବଲପୁର ଜିଲ୍ଲା ପୋଲିସର ୩ କନେଷ୍ଟେବଳ ନିଲମ୍ବିତ | ସମ୍ବଲପୁର ଜିଲ୍ଲା ପୋଲିସ ୩ କନେଷ୍ଟେବଳ ପଞ୍ଚାୟତ ନିର୍ବାଚନ ବେଳେ ମିଥ୍ୟା ପେଟ୍ରୋଲ ବିଲ୍ ପୈଠ କରିବାକୁ ନେଇ ଆକ୍ସନ | ଏହି ଘଟଣାରେ ତଦନ୍ତ କରି ୩ ଜଣ ଅନେଷ୍ଟବଳଙ୍କ ନିଲମ୍ବନ କରିଛନ୍ତି ଏସପି । ତେଳ ଭର୍ତ୍ତିରେ ଓଭର ବିଲିଂ ଅଭିଯୋଗ ନେଇ ରାଜ୍ୟ ପୋଲିସ ମୁଖ୍ୟାଳୟରୁ ସୂଚନା ଆସିବା ପରେ ଜିଲ୍ଲା ପୋଲିସ ପକ୍ଷରୁ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ତେବେ ତଦନ୍ତ ବେଳେ ୧୬ଟି ବସରେ ତେଲର ପରିମାଣ ଓ ଦୂରତାରେ ମେଳ ଖାଉନଥିବା ଜଣାପଡିଥିବା ତଦନ୍ତ କରୁଥିବା ଅଧିକାରୀ ସୂଚନା ଦେଇଛନ୍ତି । ଏ ବାବଦରେ ୩୦ ଲକ୍ଷ ଟଙ୍କାର ବିଲିଂ କରାଯାଇଥିବା ଜଣାପଡିଛି ।
ପ୍ରାୟ ୮ ଲକ୍ଷ ଟଙ୍କାର ହେରଫେର ଜଣାପଡିଛି । ଗୋଟିଏ ଗାଡିରେ ୩୦ରୁ ୪୦ ଲିଟର ଯାଏ ତେଲ ହେରଫେର ହୋଇଥିବା ଜଣାପଡିଥିଲା । ପରେ ରିଜର୍ଭ ପୋଲିସ ବିଭାଗରେ ଏମଭି ସେକସନରେ କାର୍ଯ୍ୟରତ ୩ କନେଷ୍ଟେବଳଙ୍କପ ଚାକିରୀରୁ ନିଲମ୍ବନ କରାଯାଇଛି । ଏହାସହିତ ଜଣେ ଡିଏସପିଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଛି । ଯାହାର ତଦନ୍ତ ସେ କରୁଛନ୍ତି ।
