ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜାହାଙ୍ଗୀରପୁରୀ ହିଂସାକୁ ନେଇ ଦେଶରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଏପରିକି ଏନେଇ ଅନେକ ରାଜନୈତିକ ଦଳମାନେ ରାଜନୀତି କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଏହା ମଧ୍ୟରେ ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ହିଂସାକାଣ୍ଡରେ ଗୁଳି ଚଳାଇଥିବା ୨୮ ବର୍ଷ ବୟସ୍କ ବ୍ୟକ୍ତିଙ୍କ ନିକଟରୁ ଏକ ‘ଅତ୍ୟାଧୁନିକ’ ପିସ୍ତଲ ଉଦ୍ଧାର କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତ ସୋନୁ ଛଦ୍ମନାମ ୟୁନୁସଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ସୋସିଆଲ ମିଡିଆରେ ଏକ ନୀଳ କୁର୍ତ୍ତା ପିନ୍ଧିଥିବା ଜଣେ ବ୍ୟକ୍ତି ଗୁଳି ଚଳାଉଥିବାର ଭିଡିଓ ସାମ୍ନାକୁ ଆସିବା ପରେ ପୁଲିସ ଅଭିଯୁକ୍ତକୁ ଚିହ୍ନଟ କରିଥିଲା ।

ସେପଟେ ଜାହୁଙ୍ଗୀରପୁରୀ ହିଂସା ସଂପର୍କରେ ସୋନୁ ଛଦ୍ମନାମ ୟୁନୁସଙ୍କଠାରୁ ଗୋଟିଏ ଅତ୍ୟାଧୁନିକ ପିସ୍ତଲ ଉଦ୍ଧାର କରାଯାଇଛି। ଧାରା ୨୫ ଅସ୍ତ୍ରଶସ୍ତ୍ର ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି ବୋଲି ଉତ୍ତର ଡେପୁଟି କମିଶନର ଉଷା ରଙ୍ଗନାନୀ କହିଛନ୍ତି। ଅନ୍ୟପଟେ ଏପ୍ରିଲ ୧୭ ରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଥିଲା ଯେଉଁଥିରେ ଜଣେ ବ୍ୟକ୍ତି ନୀଳ କୁର୍ତ୍ତା ପିନ୍ଧି ଗୁଳି ଚାଳନା କରୁଥିବାର ଦେଖିବାକୁ ମିଳିଛି । ଏବଂ ଦଙ୍ଗାସ୍ଥଳୀରେ ନିଆଁ ଲଗାଉଥିବାର ଦେଖିବାକୁ ମିଳିଛି । ଏ ଘଟଣା ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।