ମୁମ୍ବାଇ : ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କୁ ନିଜର ବିମଲ ଇଲାଚୀ (ଗୁଜରାତି) ବିଜ୍ଞାପନରେ ଦେଖିଥିଲେ । ଏହି ବିଜ୍ଞାପନରେ ଖିଲାଡି ଅକ୍ଷୟ କୁମାର ବାଦଶାହ ଅନ୍ୟ ଅଭିନେତା ଶାହରୁଖ ଖାନ୍ ଓ ଅଜୟ ଦେବଗନଙ୍କ ସହିତ ନଜରକୁ ଆସିଛନ୍ତି । ତେବେ ଗତକିଛି ହେବ ଗୁଟଖା ବିଜ୍ଞାପନକୁ ନେଇ ଚର୍ଚାରେ ରହି ଆସୁଥିବା ଖିଲାଡୀ କୁମାର ନିଜ ପ୍ରଶଂସକଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ଗତ କିଛି ଦିନ ହେବ ସମାଲୋଚନାର ଶିକାର ହେଉଛନ୍ତି ଅକ୍ଷୟ କୁମାର। ଚାରି ଆଡେ ତାଙ୍କୁ ନେଇ ମିମ୍ ତିଆରି ହେଉଛି । ହେଲେ ଏବେ ଅକ୍ଷୟ କୁମାର ତାଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି କହିଛନ୍ତି କି-ସେ ତାଙ୍କ ପ୍ରଶଂସକଙ୍କ ଭାବନାକୁ ସମ୍ମାନ କରନ୍ତି ଏବଂ ଏହି ବିଜ୍ଞାପନରୁ ନିଜର ପଦକ୍ଷେପକୁ ଫେରାଇ ନେଉଛନ୍ତି ।
ଟ୍ୱିଟରରେ ପ୍ରକାଶିତ ହୋଇଥିବା ଏକ ପୋଷ୍ଟରେ ଅକ୍ଷୟ କୁମାର କହିଛନ୍ତି, ‘ମୁଁ ମୋର ସମସ୍ତ ପ୍ରଶଂସକ ଏବଂ ଶୁଭେଚ୍ଛୁମାନଙ୍କୁ କ୍ଷମା ମାଗିବାକୁ ଚାହେଁ। ଗତ କିଛି ଦିନରୁ ତୁମମାନଙ୍କ ପ୍ରତିକ୍ରିୟା ମୋତେ ବହୁତ ପ୍ରଭାବିତ କରିଛି । ହେଲେ ମୁଁ ଆଜି ଯାଏଁ କେବେ ତମାଖୁକୁ ସମର୍ଥନ କରି ନାହିଁ.. ନା ମୁଁ ଆଉ କେବେ କରିବି । ବିମଲ ଇଲାୟିଚିର ଆସୋସିଏସନ ପରେ ମୁଁ ତୁମର ଭାବନାକୁ ପ୍ରଶଂସା କରେ । ତେଣୁ ସମସ୍ତ ବିନମ୍ରତା ସହିତ, ମୁଁ ମୋର ପଦକ୍ଷେପକୁ ପଛକୁ ଫେରାଇ ନେଉଛି ।
ଅଭିନେତା ଏହି ପୋଷ୍ଟରେ ଆହୁରି ଲେଖିଛନ୍ତି, ‘ମୁଁ ନିଷ୍ପତ୍ତି ନେଇଛି ଯେ ଏହି ବିଜ୍ଞାପନରୁ ମିଳିଥିବା ସମସ୍ତ ଟଙ୍କାକୁ ଏକ ଉତ୍ତମ କାମରେ ଲଗାଇବି। କିନ୍ତୁ ମୁଁ ତୁମ ସମସ୍ତଙ୍କୁ ପ୍ରତିଶୃତି ଦେଉଛି ଯେ ମୁଁ ମୋର ପରବର୍ତ୍ତୀ ବିକଳ୍ପ ଗୁଡ଼ିକୁ ଚତୁରତାର ସହ ଭାବିକି ବାଛିବି । ଏହାର ପ୍ରତିବଦଳରେ, ମୁଁ ତୁମର ସମସ୍ତଙ୍କ ଠାରୁ ପ୍ରେମ ଏବଂ ଶୁଭେଚ୍ଛା ଚାହୁଁଛି ।
ଅନ୍ୟପଟେ ଏକ ସାକ୍ଷାତକାରରେ ବଲିଉଡ ଅଭିନେତା ଅଜୟ ଦେବଗନ ମଧ୍ୟ ଏହି ପ୍ରସଙ୍ଗକୁ ନେଇ କହିଛନ୍ତି ଯେ, ‘ଯେତେବେଳେ ଆପଣ ଏକ ବିଜ୍ଞାପନ କରନ୍ତି, ଏହା ଆପଣଙ୍କର ବ୍ୟକ୍ତିଗତ ପସନ୍ଦ ଅଟେ ।ତା’ପରେ ଆପଣ ମଧ୍ୟ ଦେଖିନ୍ତି କି ଏହା କେତେ କ୍ଷତି ହେଉଛି । ମୁଁ ନିଜ ପାଇଁ କହିପାରେ ଯେ ମୁଁ ଇଲାୟିଚିର ଏକ ବିଜ୍ଞାପନ କରୁଛି । ମୁଁ ମାନୁଛି ଯେ ସମସ୍ୟା ଯୋଗ୍ୟ ବିଜ୍ଞାପନରେ ନାହିଁ । ଯଦି ଏହା ଭୁଲ୍ ତେବେ ଏହା ବିକ୍ରି ହେବା ଉଚିତ୍ ନୁହେଁ । ଲୋକମାନେ ଏହାକୁ କାହିଁକି କିଣୁଛନ୍ତି?
ଏହି ବିଜ୍ଞାପନରେ ସେ ବଲିଉଡ ଅଭିନେତା ଅଜୟ ଦେବଗନ ଏବଂ ଶାହାରୁଖ ଖାନଙ୍କ ସହ ଗୁଟଖା ପ୍ରଚାର କରୁଥିବା ନଜର ଆସିଛନ୍ତି। ଯାହା ସୋସିଆଲ୍ ମିଡିଆରେ ତିନି କଳାକାରଙ୍କ ବିରୋଧରେ ପ୍ରଚାର କରାଯାଇ ଟ୍ରୋଲ୍ କରାଯାଉଛି । ହେଲେ ବର୍ତ୍ତମାନ ଅକ୍ଷୟ କୁମାରଙ୍କ କ୍ଷମା ପ୍ରାର୍ଥନା ସହିତ ଏହି ବିବାଦ ଏଠାରେ ଶେଷ ହେବ ବୋଲି ବିଶ୍ୱାସ କରାଯାଉଛି। ଆଉ ତମାଖୁ ସଂପର୍କିତ ବିଜ୍ଞାପନ କରିବି ନାହିଁ । ବିମଳ ବିଜ୍ଞାପନରୁ ମୁଁ ପଛଘୁଞ୍ଚା ଦେଉଛି । ମୁଁ ଆପଣମାନଙ୍କ ଠାରୁ ସ୍ନେହ ଓ ଆଶୀର୍ବାଦ ଚାହୁଁଛି ବୋଲି କହିଛନ୍ତି |





