କରୋନା ପଞ୍ଝାରେ ଖିଲାଡୀ କୁମାର

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତ ହେଲେ ବଲିଉଡ ଅଭିନେତା ଅକ୍ଷୟ କୁମାର | ଏନେଇ ସେ ନିଜ ପ୍ରଶଂସକଙ୍କୁ ଖବର ଦେଇଛନ୍ତି | ଏବେ ଅଭିନେତାଙ୍କ କରୋନା ପଜିଟିଭ ଆସିଛି | ଅକ୍ଷୟ କୁମାର ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ତେବେ ତାଙ୍କର ଏହି ଟୁଇଟର ଉପରେ ପ୍ରଶଂସକମାନେ ପ୍ରତିକ୍ରିୟା ଦେବା ସହିତ ଶୀଘ୍ର ଆରୋଗ୍ୟଲାଭ କରିବା ପାଇଁ ପ୍ରାର୍ଥନା କରିଛନ୍ତି । ସୂଚନାଯୋଗ୍ୟ, ଅକ୍ଷୟ କୁମାର କରୋନା ପଜିଟିଭ ଚିହ୍ନଟ ହେବା ପରେ କାନ୍ସ ଫିଲ୍ମ ଫେଷ୍ଟିଭାଲ-୨୦୨୨ରେ ଅଂଶଗ୍ରହଣ କରିପାରିବେ ନାହିଁ ।

ଟୁଇଟ୍ କରି ଅକ୍ଷୟ କୁମାର ଲେଖିଛନ୍ତି ଯେ, ଇଣ୍ଡିଆନ୍ ପାଭଲିୟନ କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୨ରେ ନିଜର ସିନେମାକୁ ଆଗକୁ ବଢ଼ାଇବା ପାଇଁ ବହୁତ ଉତ୍ସାହିତ ଥିଲି । କିନ୍ତୁ ଏବେ ଏହା କରିପାରିବି ନାହିଁ । କାରଣ ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି । ମୁଁ ବିଶ୍ରାମ ନେବି । ଟିମ୍‌କୁ ଶୁଭେଚ୍ଛା ଜଣାଉଛି । ଏଠାରେ ଅପୁପସ୍ଥିତ ରହିବା ଯୋଗୁଁ ଖୁବ୍ ମନେପଡ଼ିବ ।

ସୂଚନାଯୋଗ୍ୟ, କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୦ ମେ’ ୧୭ ତାରିଖ ଠାରୁ ଆରମ୍ଭ ହେବ । ଏଥର ସମାରୋହରେ ଭାରତର ନାମ ରହିବ । ସମାରୋହରେ ପ୍ରଥମ ଥର ଭାରତକୁ ‘କଣ୍ଟ୍ରି ଅଫ ଅନର’ ସମ୍ମାନ ଦିଆଯିବ । ଏଥର ଭାରତୀୟ କଳା ଓ ସଂସ୍କୃତିର ଝଲକ ମଧ୍ୟ ଦେଖିବାକୁ ିଳିବ । ସମାରୋହରେ ବଲିଉଡ ହସ୍ତୀଙ୍କ ସମେତ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଉପସ୍ଥିତ ରହିବେ ।

Related Posts